ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଚଳଚ୍ଚିତ୍ର "ରାଣ୍ଡୀପୁଅ ଅନନ୍ତା’ର ପ୍ରଚାର, ପ୍ରସାର ବନ୍ଦ; ଯବାନଙ୍କୁ ସାଲ୍ୟୁଟ୍‌ ଓ ଏଲ୍‌ଓସିରେ ରହୁଥିବା ଲୋକଙ୍କ ପାଇଁ ପ୍ରାର୍ଥନା କଲେ ସବ୍ୟସାଚୀ

Published By : Prameya | May 13, 2025 9:39 AM

ଭୁବନେଶ୍ୱର,୧୩/୦୫: ସୀମାନ୍ତରେ ପାକିସ୍ତାନୀ ସେନା ଦ୍ୱାରା ବୃଦ୍ଧି ପାଉଥିବା ଆକ୍ରମଣ ପ୍ରତ୍ୟେକ ଭାରତୀୟଙ୍କୁ କ୍ରୋଧିତ କରିଛି । ହେଲେ ନିଜ ଜୀବନକୁ ବାଜି ଲଗାଇ ଶତ୍ରୁର ସବୁ ମନ୍ଦ ପ୍ରୟାସକୁ  ବିଫଳ କରୁଥିବା ଆମ ସାହସୀ ଭାରତୀୟ ସେନା  ପାଇଁ ଆମେ ଗର୍ବିତ । ଏହିଭଳି ଏକ ସମ୍ବେଦନଶୀଳ  ମୁହୂର୍ତ୍ତକୁ ଆଖିରେ ରଖି ଆମେ ଆମ ଆଗାମୀ  ଚଳଚ୍ଚିତ୍ର "ରାଣ୍ଡୀପୁଅ ଅନନ୍ତା’ର ସମସ୍ତ ପ୍ରଚାର,  ପ୍ରସାର କାର୍ଯ୍ୟକୁ ବନ୍ଦ କରୁଛୁ ବୋଲି ମୁଖ୍ୟ ଅଭିନେତା  ସବ୍ୟସାଚୀ ମିଶ୍ର କହିଛନ୍ତି । 

ସେ କହିଛନ୍ତି, ମାଟି ଓ  ମା’କୁ ରକ୍ଷା କରିବା ପାଇଁ ଦରକାର ପଡ଼ିଲେ ନିଜ ଜୀବନକୁ ମଧ୍ୟ ବାଜିରେ ଲଗାଇବାକୁ ପଡୋ ସେଇ  ବାର୍ତ୍ତା ସମାଜକୁ ଦେବା ପାଇଁ ବ୍ୟାସ କବି ଲେଖିଥିଲେ  "ରାଣ୍ଡୀପୁଅ ଅନନ୍ତା’ ।  ଆଜି ଠିକ୍‌ ସେହିପରି ଭାରତର ବୀର ଯବାନ  ଜୀବନକୁ ଖାତିର ନ କରି ପାକିସ୍ଥାନର ଗୁଳିର ଜବାବ ବିନାଶକାରୀ ଗୋଳାରେ ଦେଇ ଶତ୍ରୁର ଆଡ୍ଡା ଧ୍ୱଂସ  କରିଦେଇଛନ୍ତି । ସେମିତି ସାହସୀ ସେନାକୁ ଆମେ ନମନ କରୁଛୁ । "ଅନନ୍ତା’ ଏକ ଚିନ୍ତାଧାରା, ଏକ  କ୍ରାନ୍ତି ଯାହା ଆମ ସମସ୍ତଙ୍କ ଭିତରେ ଅଛି । ଆବଶ୍ୟକ  ପଡ଼ିଲେ ଆମେ ସମସ୍ତେ ଜୀବନ ଦେଇପାରିବା ମାଟି  ଓ ମା’ ପାଇଁ । ଆସନ୍ତା ରଜରେ ଚଳଚ୍ଚିତ୍ରରେ ଆମେ  ଆସିବୁ ଏବଂ ଖୁବ୍‌ଶୀଘ୍ର ସବୁ ପ୍ରଚାର, ପ୍ରସାର ଆରମ୍ଭ  କରିବୁ । ଆସନ୍ତୁ ଆମ ବୀର ଯବାନ ଏବଂ ଏଲ୍‌ଓସି  ନିକଟରେ ରହୁଥିବା ନିରୀହ ଲୋକଙ୍କ ପାଇଁ ପ୍ରାର୍ଥନା  କରିବା ବୋଲି ସବ୍ୟସାଚୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.