ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବ୍ରେନ ଟ୍ୟୁମର୍‌ ସହ ମୁକାବିଲା କରିବ ଏଆଇ, ଗବେଷଣା କରୁଛନ୍ତି ଓଡ଼ିଆ ପୁଅ ଅଭିଜିତ

Published By : Prameya | December 12, 2024 11:15 AM

ଭୁବନେଶ୍ୱର,୧୨/୧୨: ଏବେ ବ୍ରେନ ଟ୍ୟୁମର ଏକ ଭୟଙ୍କର ରୋଗ  ଭାବେ ଉଭା ହୋଇଛି । ତେବେ ବ୍ରେନ୍‌  ଟ୍ୟୁମର ସହ ମୁକାବିଲା କରିବାକୁ  କୃତ୍ରିମ ବୁଦ୍ଧିମତା(ଏଆଇ)ର ବ୍ୟବହାର  କରାଯିବ । ବଡ଼ କଥା ହେଉଛି, ଏହାରି  ଉପରେ ଗବେଷଣା କରୁଛନ୍ତି ଜଣେ  ଓଡ଼ିଆ ପୁଅ । ସେ ହେଲେ ଆମେରିକାରେ  ଅବସ୍ଥାପିତ କଟକର ବାସିନ୍ଦା ଅଭିଜିତ୍‌  ପରିଡ଼ା । ବାଙ୍କୀ ବ୍ଲକ ଚକୁଳେଶ୍ୱର  ଗ୍ରାମର ବାସିନ୍ଦା କମାଣ୍ଡର ଅବକାଶ  ପରିଡ଼ା ଓ ପ୍ରମୋଦିନୀଙ୍କ ପୁଅ ଅଭିଜିତ  କହନ୍ତି, ଗବେଷଣା ମାଧ୍ୟମରେ ରୋଗୀର  ରୋଗକୁ ଚିହ୍ନଟ କରାଯିବା ସହ କମ୍‌ ଖର୍ଚ୍ଚରେ ଏମ୍‌ଆର୍‌ଆଇ ଟେକ୍ନୋଲୋଜି  ବ୍ୟବହାର କରାଯାଇ ଚିକିତ୍ସା ଯୋଗାଇ  ଦିଆଯିବ । କେବଳ ସେତିକି ନୁହେଁ,  ଅଙ୍କୋଲୋଜିଷ୍ଟମାନଙ୍କୁ ଅଭିଜିତ୍‌ଙ୍କ  ଗବେଷଣା ସାହାଯ୍ୟ କରିବ । ଏବେ  ୱାସିଂଟନ୍‌ ଡିସିରେ ଶିଶୁମାନଙ୍କ ଚିକିତ୍ସା  ପାଇଁ ଥିବା ଜାତୀୟ ହସ୍ପିଟାଲରେ  ଅଭିଜିତ୍‌ଙ୍କ ସହ ଡାନିଏଲ କ୍ୟାପେଲାନ  ମାର୍ଟିନ, ଡା. ଜିଫାନ ଜିଆଙ୍ଗ, ଡା.  ଅଷ୍ଟିନ୍‌ ଟାପ, ଡା. ଜିନୟାଙ୍ଗ ଲିୟୁ,  ପ୍ରଫେସର ମାରିଆ ଲେଦେସମା  କାର୍ବାୟୋ, ପ୍ରଫେସର ସୟଦ୍‌ ମହମ୍ମଦ  ଅନୱାର ଓ ପ୍ରଫେସର ମାରିଅସ ଜର୍ଜ  ଲିଙ୍ଗୁରାରୁ ଏଆଇ ଉପରେ ଗବେଷଣା  କରୁଛନ୍ତି । ଏହାପୂର୍ବରୁ ଆଫ୍ରିକାରେ ବ୍ରେନ  ଟ୍ୟୁମର ସେଗମେଣ୍ଟେସନ ଚାଲେଞ୍ଜରେ  ଅଭିଜିତଙ୍କ ଟିମ୍‌ ଶୀର୍ଷ ସ୍ଥାନ ଅଧିକାର  କରିଥିଲା । ଅଭିଜିତ କହିଛନ୍ତି, ଭାରତରେ  ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏଆଇର ପ୍ରୟୋଗ  ଦ୍ୱାରା ସ୍ୱାସ୍ଥ୍ୟସେବାରେ ବୈପ୍ଳବିକ  ପରିବର୍ତ୍ତନ ଆସିବ । ଯାହାଫଳରେ  ଦେଶର ଅନେକ ଗ୍ରାମାଞ୍ଚଳରେ ରୋଗୀ  ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  ତାର ମଧ୍ୟ ଉନ୍ନତିକରଣ ହୋଇପାରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.