ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପଞ୍ଚସଖା ଶିକ୍ଷା ସେତୁର ଉଦ୍ଭଟ ଓଡ଼ିଆ ଚିଠି : 'ସଚ୍ଚିବ, ଓଡ଼ିଓ, ଅଧିବଶେନ' ଏମିତି ବନାନ ଭୁଲ୍‌

Published By : Rasmita Pradhan | November 20, 2024 9:41 AM

ଭୁବନେଶ୍ୱର, ୨୦/୧୧ : ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପଞ୍ଚସଖା ଶିକ୍ଷା ସେତୁ ପକ୍ଷରୁ ଆକାଂକ୍ଷୀ ପାଠ୍ୟକ୍ରମ ଅଧିବେଶନ ସଂପର୍କରେ ଏକ ଚିଠି କରାଯାଇଛି । ଏହି ଚିଠିରେ ଆରମ୍ଭରୁ ଶେଷ ଯାଏ ବନାନ ଭୁଲ୍‌ରେ ପୋତି ହୋଇଛି । ଏପରିକି ସରକାରୀ ମଧ୍ୟ ଠିକ୍‌ ଭାବେ ଲେଖି ପାରୁନାହାନ୍ତି । କେଉଁଠି ଲେଖାଯାଇଛି "ସରାକର' ତ ଆଉ କେଉଁଠି "ସାକାରୀ' । କେବଳ ଏତିକି ନୁହେଁ ସଚିବ ବଦଳରେ ‘ସଚ୍ଚିବ’, ଅଧିବେଶନ ବଦଳରେ ‘ଅଧିବଶେନ’ ଏଭଳି ବନାନ ଭୁଲ୍‌ ଅନେକ ରହିଛି । ଯାହାକୁ ନେଇ ଶିକ୍ଷାବିତ୍‌ଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି । ମୋ ସ୍କୁଲ ନାଁ ବଦଳାଇ ପଞ୍ଚସଖା ସେତୁ ରଖାଗଲା । ମହାପୁରୁଷଙ୍କ ଗାଥାକୁ ସମ୍ମାନ ଜଣାଇ ଏଭଳି ନାଁ ରଖିଲେ ସରକାର । ହେଲେ ଓଡ଼ିଆ ଅସ୍ମିତାକୁ କୁଠାରଘାତ କରିଛି ପଞ୍ଚସଖା ଶିକ୍ଷା ସେତୁର ଏଭଳି ଉଦ୍ଭଟ ଓଡ଼ିଆ ଚିଠି । ପଞ୍ଚସଖା ଶିକ୍ଷା ସେତୁ କେବଳ ଯେ ଛାତ୍ରଛାତ୍ରୀଙ୍କ ପାଇଁ କାର୍ଯ୍ୟ କରେ ତାହା ନୁହେଁ ଶିକ୍ଷକଙ୍କ ଶୈକ୍ଷିକମାନ ବୃଦ୍ଧି ପାଇଁ ଅନେକ ସମୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରେ। ହେଲେ ଏଭଳି ଦାୟିତ୍ୱହୀନତା ଭାବେ ଓଡି଼ଆ ଚିଠିରେ ବନାନ ଭୁଲ କରି ପ୍ରେରିତ କରିବାକୁ ଶିକ୍ଷାବିତ୍‌ ମାନେ ନିନ୍ଦା କରିଛନ୍ତି । 

ସୂଚନାଯୋଗ୍ୟ, ପଞ୍ଚସଖା ଶିକ୍ଷା ସେତୁ ପକ୍ଷରୁ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଆକାଂକ୍ଷୀ ପାଠ୍ୟକ୍ରମର ଅଧିବେଶନର ଅଡିଓ, ଭିଡିଓ ଡକ୍ୟୁମେଣ୍ଟସେନ୍‌ ପାଇଁ ଚିଠି କରାଯାଇଛି । ଚିଠି ନମ୍ବର ୩୦୯/ପିଏସ୍‌ଏସ୍‌/୨୪ । ଯେଉଁ ସ୍କୁଲରେ ଏହି କାର୍ଯ୍ୟକ୍ରମ କରାଯିବ ସେ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଜଣାଇବା ପାଇଁ କୁହାଯାଇଛି । ହେଲେ ଏହି ଚିଠିର ସଚିବ ବଦଳରେ ‘ସଚ୍ଚିବ’ ବନାନ ରହିଛି । ଅଧିବେଶନ ବଦଳରେ ‘ଅଧିବଶେନ’, ଅଡିଓ ସ୍ଥାନରେ ‘ଓଡ଼ିଓ’ ଲେଖା ଯାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ସରକାରୀ ଚିଠିରେ ସରକାରୀ ବନାନ ଭୁଲ ରହିଛି । ଗୋଟିଏ ସ୍ଥାନରେ ରହିଛି, ସରାକରୀ ଉଚ୍ଚ ବିଦ୍ୟାଳୟ, ବରମୁଣ୍ଡା, ଆଉ ଏକ ସ୍ଥାନରେ ରହିଛି ଖୋର୍ଦ୍ଧା ସାକାରୀ ଉଚ୍ଚ ବିଦ୍ୟାଳୟ, ଆରସି ଭିଲେଜ୍‌, ଭୁବନେଶ୍ୱର। ସବୁଠୁ ଆଶ୍ଚର୍ଯ୍ୟ କଥା ଏହି ଆରସି ଭିଲେଜ ଖୋର୍ଦ୍ଧା ସାକାରୀ ସ୍କୁଲ ବୋଲି କୌଣସି ସ୍କୁଲ ନାହିଁ । ଆଇଆର୍‌ସି ଭିଲେଜ ସରକାରୀ ହାଇସ୍କୁଲର ନାଁ ବି ଠିକ୍‌ ଭାବେ ଲେଖାଯାଇନାହିଁ। ଏପରି ଦାୟିତ୍ୱହୀନତା ଭାବେ ଚିଠିକୁ କିପରି ଭାବେ ଯାଞ୍ଚ କରାନଯାଇ ପ୍ରେରିତ କରାଯାଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.