ଭୁବନେଶ୍ୱର, ୧୮।୫: ସରକାରୀ ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ୪ ପ୍ରତିଶତ ସଂରକ୍ଷଣ ରହିଛି । ହେଲେ ଏହାକୁ କାର୍ଯ୍ୟକାରୀ କରାଯାଉନଥିବା ଅଭିଯୋଗ ହୋଇଛି । ବ୍ଲାଇଣ୍ଡ ଆସୋସିଏସନଠାରେ ଆୟୋଜନ ସାମ୍ବାଦିକ ସମ୍ମିଳନୀରେ ଏ ପ୍ରସଙ୍ଗରେ ପ୍ରଶ୍ନ ଉଠିଛି । ଯାହା ଫଳରେ ଦିବ୍ୟାଙ୍ଗମାନେ ସେମାନଙ୍କ ସାମ୍ବିଧାନିକ ଅଧିକାର ହରାଉଛନ୍ତି । ଦିବ୍ୟାଙ୍ଗଙ୍କୁ ଠିକ୍ ସମୟରେ ପଦୋନ୍ନତି ଦେବା ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ବି ଏହାକୁ କାର୍ଯ୍ୟକାରୀ କରାଯାଉନି ।
ଏନେଇ ରାଜ୍ୟ ସରକାରଙ୍କ ପାଖରେ ବାରମ୍ବାର ଦାବି କଲେ ବି କୌଣସି ପଦକ୍ଷପ ନିଆଯାଉନି । ଦିବ୍ୟାଙ୍ଗମାନେ ବର୍ଷ ବର୍ଷ ଧରି ଚାକିରି କରିବା ପରେ ବି କନିଷ୍ଠ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି । ଯେଉଁ କାରଣରୁ ସେମାନେ ଆର୍ଥିକ ଓ ମାନସିକ ଉତ୍ପୀଡ଼ନ ଦେଇ ଗତି କରୁଥିବା ଉତ୍କଳ ଦୃଷ୍ଟିହୀନ ସଙ୍ଘ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଦାଶ ଅଭିଯୋଗ କରିଛନ୍ତି ।