ଭୁବନେଶ୍ଵର, ୧୭/୧୨ : ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ବିଜେପି ପାର୍ଟି ଅଫିସ ଘେରାଉ। ପିସିସି ସଭାପତିଙ୍କ ନେତୃତ୍ଵରେ କଂଗ୍ରେସ କର୍ମୀମାନେ ବିଜେପି କାର୍ଯ୍ୟାଳୟ ନିକଟକୁ ପଦଯାତ୍ରା କରି ଯାଇଥିଲେ। ସେମାନଙ୍କୁ ଅଧାବାଟରେ ପୁଲିସ ଅଟକାଇଥିଲା। କଂଗ୍ରେସ ଅଭିଯୋଗ କରିଛି ଯେ, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଜାଣିଶୁଣି ଇଡିକୁ ବ୍ୟବହାର କରୁଛନ୍ତି। ବ୍ୟକ୍ତିଗତ ଏବଂ ଉଦ୍ଦେଶ୍ୟମୂଳକ ଭାବରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ଅପମାନିତ କରୁଛନ୍ତି। ନୋ କେସ୍ କୁ କେସ୍ ବନାଇ ୭୫ ଘଣ୍ଟା ଜେରା କରାଇଛନ୍ତି। ହେଲେ ଆଜି ସବୁ ସତ ସାମ୍ନାକୁ ଆସି ଯାଇଛି। ତେଣୁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ। ନହେଲେ କ୍ଷମା ପ୍ରାର୍ଥନା କରନ୍ତୁ। ବିଜେପି ସରକାର ବିରୋଧରେ ରାଜ୍ୟର ସମସ୍ତ ଜିଲ୍ଲାରେ ମଶାଲ ରାଲି ଏବଂ ଆନ୍ଦୋଳନ କରିବ କଂଗ୍ରେସ।
ଏହି ପ୍ରସଙ୍ଗରେ ବିଜେପି ଜୋରଦାର୍ ବର୍ଷିଛି। ବିଜେପି କହିଛି ଯେ, ନ୍ୟାସନାଲ ହେରାଲ୍ଡ କେସରେ କେବଳ ଗୋଟିଏ ଟେକ୍ନିକାଲ କେସରେ କୋର୍ଟ ସାମାନ୍ୟ ଅସ୍ଵସ୍ତି ଦେଇଛି। ତା ଅର୍ଥ ନୁହଁ ରାହୁଲ ଏବଂ ସୋନିଆ ସମ୍ପୂର୍ଣ୍ଣ ଏହି କେସରୁ ମୁକ୍ତ ହୋଇଯାଇଛନ୍ତି। ଆଗକୁ ଏହି କେସକୁ ନେଇ ଆଗକୁ ଯିବ ଇଡି। ସାମାନ୍ୟ ଆଶ୍ୱସ୍ତି ପାଇଁ କଂଗ୍ରେସ ଏତେ ଖୁସି ହେବା ଠିକ୍ ନୁହଁ। କେବଳ ନ୍ୟାସନାଲ ହେରାଲ୍ଡ ନୁହଁ କଂଗ୍ରେସ ନାଁରେ ମାଳ ମାଳ ଦୁର୍ନୀତିର ଅଭିଯୋଗ। ସେମାନେ ବିଜେପି ପାର୍ଟି ଅଫିସ କଣ ଘେରାଉ କରୁଛନ୍ତି। ଆଗ ନିଜ ଘର ସମ୍ଭାଳନ୍ତୁ। ଅନ୍ୟ ଦଳରୁ ଆସି ନିଜ ଘର ସମ୍ଭାଳିବା ଶିଖନ୍ତୁ। ଭକ୍ତ ଦାସ ନିଜ ଘର ସମ୍ଭଳି ପାରୁନାହାଁନ୍ତି। ତାଙ୍କ ନିର୍ବାଚନ ମଣ୍ଡଳୀରେ ଦଳର ଶୋଚନୀୟ ପରାଜୟ ହୋଇଛି। ତାଙ୍କ ଦଳରେ ନେତା ତାଙ୍କୁ ମାନୁନାହନ୍ତି। ତାଙ୍କ ଦଳରେ ଯାହା ହେଉଛି ସବୁ କୁଆଡେ ବିଜେପି କରୁଛି। ବିଜେପିକୁ ଆକ୍ଷେପ କରିବା ବନ୍ଦ କରନ୍ତୁ।