ଭୁବନେଶ୍ୱର ୦୪/୦୨: ଓଡ଼ିଶା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଖୁସି ଖବର। ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମିଳିବ ଘର ଭଡ଼, ବଢ଼ିଲା ଭତ୍ତ। ବିଭିନ୍ନ ପରିସ୍ଥିତିରେ ଲୋକଙ୍କୁ ତ୍ୱରିତ ସେବା ଯୋଗାଉଥିବା ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡ଼ା ପ୍ରଦାନ ସହ ସେମାନଙ୍କ ଭତ୍ତା ବୃଦ୍ଧି କରାଯାଇଛି।


ସୂଚନା ଅନୁଯାଇ, ଅଗ୍ନିଶମ କର୍ମଚାରୀଙ୍କ ଡାଏଟ ଭତ୍ତାକୁ ୯ଶହରୁ ୧୪ଶହ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ମୋଟର ସାଇକେଲ ଭତ୍ତା ୩୦୦ରୁ ୧୦୫୦ ଟଙ୍କା, ମୋବିଲିଟି ଭତ୍ତା ୧୫୦ରୁ ୩ ଶହ ଟଙ୍କା ସହ ରିସ୍କ ଭତ୍ତାକୁ ୪୦୦ ଶହରୁ ୧୦୦୦ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ଵାରା ୬୦୫୮ ଅଗ୍ନିଶମ କର୍ମଚାରୀ ଉପକୃତ ହେବେ।