କଟକ, ୧୪/୧୨: ଜବାହାରଲାଲ ନେହେରୁ  ଇନଡୋର ଷ୍ଟାଡିମୟରେ ଚାଲିଥିବା ଓଡିଶା ମାଷ୍ଟର୍ସ  ବ୍ୟାଡମିଣ୍ଟନରେ କ୍ୱାର୍ଟର ଫାଇନାଲ ରାଉଣ୍ଡ ଶେଷ ହୋଇଛି । ଶନିବାର ସେମି ଫାଇନାଲ ଖେଳାଯିବ । ପୁରୁଷ ସିଙ୍ଗଲ୍ସରେ ୩ ଭାରତୀୟ ସେମି ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି । ରିତିକ ସଞ୍ଜୀବ ୨-୧ରେ ଚୀନର ହୁ ଝେ ଆନଙ୍କୁ ହରାଇ  ପ୍ରଥମ ଖେଳାଳି ଭାବେ ସେମିରେ ପ୍ରବେଶ କରିଥିଲେ । ସେହିପରି ସତୀଶ କୁମାର ୨-୧ରେ ଆୟୂଷ ସେଟ୍ଟୀଙ୍କୁ, ଥରୁନ ମାନେପଲ୍ଲୀ ୨-୦ ରେ ଅଭିଷେକ ସାଇନିଙ୍କୁ  ହରାଇଥିଲେ । ଚୀନର ଲି ୟୁ ଉହାନଙ୍କ ବିପକ୍ଷରେ  ମାଲେସିଆର ପାନିକାଫନ ସହଜ ବିଜୟ ହାସଲ କରିଥିଲେ । 

ମହିଳା ସିଙ୍ଗଲ୍ସରେ ଚୀନର କାଇ ୟାନ, ଭାରତର ଶ୍ରେୟାଂଶୀ ଭାଲିସେଟ୍ଟୀ, ତନଭୀ ଶର୍ମା, ମାଲେସିଆର  ସୋରାନୋ ୟୋସିକାଓବା ପୁରୁଷ ଡବଲ୍ସରେ ଚୀନର  ହୁଆଙ୍ଗ ଡି-ଲି ୟାଙ୍ଗ, ଭାରତର ପୃଥ୍ୱୀ କ୍ରୀଷ୍ଣାମୂର୍ତ୍ତି-ସାଇ  ପ୍ରତୀକ, ଜାପାନର ହିରୋକି ନିଶି-କାକେରୁ କୁମାଗାଇ, ମାଲେସିଆର ସନ ଓବେନ ଜୁନ-ଝୁ ଓବି ଜୁନ³ ମହିଳା  ଡବଲ୍ସରେ ମାଲେସିଆର ନାନାକୋ ହାରା-ରିକୋ  କିୟୋସେ, କେଙ୍ଗ ସୁ-ଓବାଙ୍ଗ ଟିଙ୍ଗ, ଭାରତର ଗାୟତ୍ରୀ  ରାୱତ-ମାନସୀ ରାୱତ, ଅଶ୍ୱିନୀ ଭଟ୍ଟ-ଶିଖା ଗୌତମ ଏବଂ  ମିକ୍ସଡ ଡବଲ୍ସରେ ମାଲେସିଆର ଗାଓ ଜିଆ-ଟାଙ୍ଗ ରୁଇ,  ଭାରତର ରୋହନ କପୁର-ରିତଭିକା ଶିବାନୀ, ଫ୍ରାନ୍ସର  ଜୁଲିଏନ ମାଇଓ-ଲିଏ ପାଲମରୋ ଓ ସିଙ୍ଗାପୁରର ହି  ୟଙ୍ଗ-ଜିନ ୟୁ ଜିଆଙ୍କ ଯୋଡ଼ି ସେମିରେ ପ୍ରବେଶ କରିଛନ୍ତି ।