ପ୍ରମୂଖ ଖବର
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବଢ଼ିବ ବିଧାୟକଙ୍କ ଦରମା: କ୍ୟାବିନେଟ୍‌ ଅନୁମୋଦନ ପରେ ବିଲ୍‌ ପ୍ରସ୍ତୁତ, ବଜେଟ୍‌ ଅଧିବେଶନରେ ବାଜିପାରେ ମୋହର

Published By : Prameya | December 14, 2024 8:51 AM

ଭୁବନେଶ୍ୱର,୧୪/୧୨: ବଢ଼ିବ ବିଧାୟକଙ୍କ ଦରମା ଓ ଭତ୍ତା । ଲକ୍ଷେ ନୁହଁ ଏଣିକି ବିଧାୟକମାନେ ପାଇବେ ୨ ଲକ୍ଷ ୭୫ ହଜାର ଟଙ୍କା । ମାସିକ ଦରମା ଓ ଭତ୍ତା ବାବଦକୁ ବିଧାୟକଙ୍କ ପିଛା ସରକାର ଏତିକି  ପରିମାଣର ଟଙ୍କା ଏଣିକି ଖର୍ଚ୍ଚ  କରିବେ । ରାଜ୍ୟ କ୍ୟାବିନେଟ୍‌ ଏ ପ୍ରସ୍ତାବରେ ମୋହର ମାରିଥିଲା ବେଳେ ଏ ସଂକ୍ରାନ୍ତରେ ସଂଶୋଧନ ବିଲ୍‌ ମଧ୍ୟ ପ୍ରସ୍ତୁତ ସରିଛି । ବିଧାନସଭାର ଗତ ଅଧିବେଶନରେ ସରକାର ଏ ବିଲ୍‌ ଆଗତ କରିବାକୁ ଚାହିଁଥିଲେ । ମାତ୍ର ଗୃହ ଆଗୁଆ ମୁଲତବି ହୋଇଯିବାରୁ ବିଲ୍‌ ଆଗତ ହୋଇପାରିନି । ମାତ୍ର ସବୁ ଦଳର ବିଧାୟକମାନେ ଦରମା  ବୃଦ୍ଧି ପାଇଁ ସହମତି ପ୍ରକାଶ କରିଛନ୍ତି ।  ଆସନ୍ତା ବଜେଟ୍‌ ଅଧିବେଶନରେ  ସରକାର ଏ ସଂଶୋଧନ ବିଲ୍‌ ପାରିତ କରିବେ ବୋଲି ସୂଚନା ମିଳିଛି ।

 ଦରଦାମ ବଢ଼ିଲାଣି । ଏତିକି  ଦରମାରେ ଚଳି ହେଉନି ।  ବିଧାୟକମାନଙ୍କ ଦରମା ବଢ଼ାଅ ।  ବିଜେପି, ବିଜେଡି ଓ କଂଗ୍ରେସ ଦଳର  ବିଧାୟକମାନେ ଗତ ଅଧିବେଶନରେ  ଏମିତି ଅଳି କଲେ । ଏକ ସ୍ୱରରେ  ଦରମା ବୃଦ୍ଧି ସପକ୍ଷରେ ଓକିଲାତି  କଲେ । ବାଚସ୍ପତି ମଧ୍ୟ ହସ୍ତକ୍ଷେପ  କଲେ । ତୁରନ୍ତ କମିଟି ଗଠନ  ହୋଇଗଲା । ଚଟାପଟ କମିଟିର  ବୈଠକ ବସିଲା । ବୈଠକରେ  ସର୍ବସମ୍ମତ ନିଷ୍ପତ୍ତି ହେଲା, ଦରମା ଓ  ଭତ୍ତା ମିଶି ମାସିକ ୩ ଲକ୍ଷ ୫ ହଜାର  ମିଳୁ । ବିଧାନସଭା କମିଟିର ସୁପାରିଶ  ପରେ ସରକାର କ୍ୟାବିନେଟ୍‌ ବୈଠକ  ଡାକିଲେ । ମାସିକ ଦରମା ଓ ଭତ୍ତା  ବାବଦକୁ ୨ ଲକ୍ଷ ୭୫ ହଜାର  ଟଙ୍କା ବିଧାୟକମାନଙ୍କୁ ଦେବାକୁ  କ୍ୟାବିନେଟ୍‌ ଅନୁମୋଦନ କଲା । ଏ  ସଂକ୍ରାନ୍ତୀୟ ବିଲ୍‌ ପାରିତ କରିବାକୁ  ମଧ୍ୟ ବିଲ୍‌ ପ୍ରସ୍ତୁତ ହୋଇଗଲା ।  କିନ୍ତୁ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ  ପାଇଁ ମୁଲତବି ହୋଇଯିବାରୁ ନିଷ୍ପତ୍ତି  ଅଟକିଛି । ମାତ୍ର ବିଧାୟକମାନଙ୍କ  ଦରମା ବଢ଼ାଇବାକୁ ସରକାର  ଏତେ ତତ୍ପର ହୋଇପଡ଼ିଲେ  ଯେ, ବିଧାନସଭାରେ ଆଲୋଚନାର  ସପ୍ତାହକ ମଧ୍ୟରେ କ୍ୟାବିନେଟ୍‌  ଅନୁମୋଦନ ସହ ସଂଶୋଧିତ ବିଲ୍‌  ତିଆରି ହୋଇଗଲା । 

୩ ତାରିଖରେ ବିଧାନସଭାରେ ଏ ସଂପର୍କରେ ଚର୍ଚ୍ଚା  ହୋଇଥିଲା । ସଦସ୍ୟମାନେ ଗୃହର ଦୃଷ୍ଟି ଆକର୍ଷଣ  କରିଥିଲେ ଯେ, ସମୟ ଅନୁସାରେ ବଜାର ଦରଦାମ  ବଢ଼ି ଚାଲିଛି । ସ୍ୱାସ୍ଥ୍ୟ ଖର୍ଚ୍ଚ ଏବେ ବଢ଼ି ଚାଲିଛି ।  ପୂର୍ବତନ ବିଧାୟକମାନଙ୍କ ପେନସନ ବୃଦ୍ଧି  କରାଯାଉ । ବିଧାୟକମାନଙ୍କର ଦରମା ମଧ୍ୟ  ବଢ଼ୁ । ବିଧାୟକମାନଙ୍କ ଦରମା କ୍ଷେତ୍ରରେ ଓଡ଼ିଶା  ଦେଶରେ ୨୭ ନମ୍ବର ସ୍ଥାନରେ ଅଛି । ଏଥିପାଇଁ  ପୂର୍ବରୁ ଏକ କମିଟି ଗଠନ କରାଯାଇଥିଲା । ଏ  କମିଟି ବିଧାୟକମାନଙ୍କ ଦରମା ଅଢ଼େଇ ଲକ୍ଷ  ଏବଂ ପୂର୍ବତନ ବିଧାୟକ ମାନଙ୍କ ପେନସନ ୭୦  ହଜାର କରିବାକୁ ପୂର୍ବରୁ ସୁପାରିସ କରିଛି । ଏହାକୁ  ଲାଗୁ କରାଯାଉ । ବିଧାୟକଙ୍କ ହାତପାଣ୍ଠି ମଧ୍ୟ ୫  କୋଟିକୁ ବୃଦ୍ଧି କରିବାକୁ ସଦସ୍ୟମାନେ ଦଳମତ  ନିର୍ବିଶେଷରେ ଦାବି କରିଥିଲେ । 

ବାଚସ୍ପତି ବିଧାୟକମାନଙ୍କ ଉଦ୍‌ବେଗକୁ ଦେଖି  ବିଧାୟକ ଭାସ୍କର ମଢେଇଙ୍କ ଅଧ୍ୟକ୍ଷତାରେ କମିଟି  ଗଠନ କଲେ । କଂଗ୍ରେସ ବିଧାୟକ ଦଳ ନେତା  ରାମଚନ୍ଦ୍ର କାଡାମ, ବିରୋଧୀ ଦଳ ମୁଖ୍ୟ ସଚେତକ  ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ତାରା ବାହିନୀପତି,  ଲକ୍ଷ୍ମଣ ମୁଣ୍ଡା, ପ୍ରକାଶ ସୋରେନ, ନିହାର ମହାନନ୍ଦ,  ପୂର୍ଣ୍ଣ ସେଠୀ ଆଦି ସଦସ୍ୟ ରହିଲେ । କମିଟିର  ସୁପାରିଶକୁ ଆଧାର କରି କ୍ୟାବିନେଟ୍‌ ମୋହର  ମାରିଲା । ରକେଟ୍‌ ଗତିରେ ଓଡ଼ିଶା ବିଧାନସଭା  ସଦସ୍ୟଙ୍କ ଦରମା, ଭତ୍ତା ଓ ପେନସନ(ସଂଶୋଧିତ)  ବିଲ-୨୦୨୪ ସହ ମନ୍ତ୍ରୀ, ଉପବାଚସ୍ପତି ଓ ବାଚସ୍ପତିଙ୍କ ଦରମା ଓ ଭତ୍ତା(ସଂଶୋଧିତ) ବିଲ୍‌୨୦୨୪ ପ୍ରସ୍ତୁତ ହୋଇଗଲା । ସରକାର ଆଗକୁ ଏ  ବିଲ୍‌ ପାରିତ କରି ବିଧାୟକଙ୍କୁ ପ୍ରାୟ ୩ ଗୁଣା ଦରମା  ଓ ଭତ୍ତା ଦେବାକୁ ସ୍ଥିର କରିଛନ୍ତି । 

ସୂଚନାଯୋଗ୍ୟ, ଓଡ଼ିଶାରେ ୨୦୦୩ରେ  ବିଧାୟକମାନଙ୍କ ଦରମା ଓ ଭତ୍ତା ୨୧,୯୫୦ ଟଙ୍କାକୁ  ବଢ଼ିଥିଲା । ୨୦୧୧ରେ ଏହା ପୁଣି ୬୦ ହଜାର ଟଙ୍କାକୁ  ଓ ୨୦୧୭ରେ ୧ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା ।  ସେହିପରି ବିଧାୟକମାନଙ୍କ ହାତପାଣ୍ଠି ମଧ୍ୟ ୧ କୋଟି  ଟଙ୍କାରୁ ୩ କୋଟି ଟଙ୍କାକୁ ବଢ଼ି ସାରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.