ଭୁବନେଶ୍ୱର,୨୩/୦୬: ମୌସୁମୀ ପ୍ରଭାବରେ ସୋମବାର  ରାଜ୍ୟର ପ୍ରାୟ ସବୁଠି ପାଗ ମେଘୁଆ ପାଲଟିଥିଲା । ଆକାଶକୁ ବର୍ଷା ଘୋଡ଼ାଇ  ରଖିଥିଲା । କେଉଁଠି ବର୍ଷିଥିଲା ତ ଆଉ କେଉଁଠି ସେମିତି ମେଘୁଆ ରହିଥିଲା । ଏଭଳି ପାଗ ଯୋଗୁ ଅଧିକାଂଶ ସ୍ଥାନରେ  ତାପମାତ୍ରା ଖସିଥିଲା ।ପଶ୍ଚିମ ଓଡ଼ିଶାରେ  ବହୁ ସ୍ଥାନରେ ତାତି ୩ରୁ ୫ ଡିଗ୍ରୀ  କମିଥିଲା । ଆଗକୁ ତାପମାତ୍ରା ଆହୁରି  କମିବ । ଆସନ୍ତା ଦୁଇ ଦିନରେ ପ୍ରାୟ  ୩ ଡିଗ୍ରୀ କମିପାରେ ବୋଲି ପାଣିପାଗ  ବିଭାଗ ଆକଳନ କରିଛି ।  

ସୋମବାର ମୌସୁମୀ ବାୟୁ  ବଲାଙ୍ଗିର ଓ ସୁନ୍ଦରଗଡ଼ ଛୁଇଁଛି ।  କୋରାପୁଟରେ ସର୍ବାଧିକ ୨୮.୮  ମିମି ବର୍ଷା ରେକର୍ଡ ହୋଇଥିଲା ।  ଛତ୍ରପୁରରେ ୧୫.୨, ସମ୍ବଲପୁରରେ  ୧୫, ବରଗଡ଼ ଓ ସୁନ୍ଦରଗଡ଼ରେ ୧୨.୮,  ଗୋପାଳପୁରରେ ୮.୮ ଡିଗ୍ରୀ ରେକର୍ଡ  ହୋଇଥିଲା । ବାରିପଦା, ଦାରିଙ୍ଗବାଡ଼ି,  ପାରାଦୀପ, ଭୁବନେଶ୍ୱର ଓ ପୁରୀରେ  ବର୍ଷା ହୋଇଛି ।   ମଙ୍ଗଳବାର ଉପକୂଳ, ଉତ୍ତର ଓ  ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା  ହୋଇପାରେ । ୨୪, ୨୫ ଓ ୨୬ରେ  ଉପକୂଳ ଓଡ଼ିଶା ସମେତେ ଆଭ୍ୟନ୍ତରୀଣ  ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ବୋଲି  ପାଣିପାଗ ବିଭାଗ ଆକଳନ କରିଛି ।

ଅଧିକ ପଢ଼ନ୍ତୁ :- BLO Suspended : SIR କାର୍ଯ୍ୟରେ ଅବହେଳା ମହଙ୍ଗା ପଡିଲା , ଚାକିରିରୁ ନିଲମ୍ବିତ ହେଲେ ବିଏଲଓ