ନୂଆଦିଲ୍ଲୀ,୨୩।୬: କେନ୍ଦ୍ର ସରକାର ବିଦେଶୀ ପାଣ୍ଠି ଗ୍ରହଣ ପାଇଁ ନିୟମରେ ସଂଶୋଧନ କରିଛନ୍ତି। ଏହା ଅନୁସାରେ, ଅଣ-ସରକାରୀ ସଂଗଠନ (ଏନଜିଓ)ଗୁଡ଼ିକୁ ପୂର୍ବ-ନିର୍ଦ୍ଧାରିତ କାର୍ଯ୍ୟ ଏବଂ ସେମାନଙ୍କର କାର୍ଯ୍ୟ ପରିସର ତାଲିକାରୁ ବାଛିବାକୁ ପଡିବ। ଏଥିରେ ଅନେକ ଧାର୍ମିକ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଥିଲେ ମଧ୍ୟ, ବିଦେଶୀ ଅବଦାନ ନିୟନ୍ତ୍ରଣ ଆଇନ (FCRA) ଅନୁଯାୟୀ ରେଜିଷ୍ଟ୍ରେସନ ଯୋଗ୍ୟ ଅନେକ ବର୍ଗରୁ ଧର୍ମାନ୍ତରୀକରଣକୁ ସ୍ପଷ୍ଟ ଭାବରେ ବାଦ ଦିଆଯାଇଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିଜ୍ଞପ୍ତିରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ ଯଦି କୌଣସି ସଂଗଠନର ପ୍ରମୁଖ ଅଧିକାରୀମାନେ ଭାରତୀୟଙ୍କୁ ଅନ୍ତର୍ଭୁକ୍ତ କରନ୍ତି, ତେବେ ତାଙ୍କୁ ଆଇନ ଅନୁସାରେ, ବିଦେଶୀ ଫଣ୍ଡ ନେବା ପାଇଁ ରେଜିଷ୍ଟ୍ରେସନ କିମ୍ବା ତା ପୂର୍ବରୁ ମଞ୍ଜୁରୀ ଦେବା ଉପରେ ସାଧାରଣ ଭାବରେ ବିଚାର କରାଯିବନି’

ଏନଜିଓକୁ କହିବାକୁ ହେବ ଟଙ୍କାର ଅରିଜିନାଲ ସୋର୍ସ

-କେନ୍ଦ୍ର ଗୃହମନ୍ତ୍ରଣାଳୟ ନୋଟିଫିକେସନ୍ ଅନୁସାରେ, ବିଦେଶୀ ନାଗରିକଙ୍କୁ FCRA ଅନୁସାରେ, ରେଜିଷ୍ଟେ୍ରସନ୍ କିମ୍ବା ପୂର୍ବରୁ ମଞ୍ଜୁରୀ ନେବାକୁ କୌଣସି ସଂଗଠନ କିମ୍ବା ମୁଖ୍ୟ ପଦାଧିକାରୀଙ୍କୁ ଅନୁମତି ନେବାକୁ ହେବ।

-ନିୟମ ଅନସାରେ, ଯଦି ଟଙ୍କା ଇଣ୍ଟର ମିଡିୟରି ରେମିଟାନ୍ସ ଭେଇକିଲ୍‌ କିମ୍ବା ଡୋନର ଆଡଭାଇସ୍ ଫଣ୍ଡ ଜରିଆରେ ଆସେ ତେବେ ଏନ୍‌ଜିଓକୁ ନିଜର ଆପ୍ଲିକେସନ୍‌ରେ ପ୍ରକୃତ ଡୋନର (ଟଙ୍କାର ଅରିଜିନାଲ ସୋର୍ସ) ବିଷୟରେ କହିବାକୁ ହେବ।

-ନିୟମ ଅନୁସାରେ, ଏବେ ବାର୍ଷିକ ରିଟର୍ଣ୍ଣରେ ଫାଇନାନ୍ସିଆଲ ଷ୍ଟେଟମେଣ୍ଟ ସହିତ ’ବିସ୍ତୃତ ଆକ୍ଟିଭିଟି ରିପୋର୍ଟ’ ମଧ୍ୟ ସାମିଲ କରିବାକୁ ହେବ।

-ଏନ୍‌ଜିଓକୁ ଏହା କହିବାକୁ ହେବ ଯେ କ’ଣ ସେମାନେ କିମ୍ବା ତାଙ୍କର ମୁଖ୍ୟ ଲୋକ କୌଣସି ବହି କିମ୍ବା ଲେଖା ପବ୍ଳିସ କରିଛନ୍ତି କି, କାରଣ ତାଙ୍କୁ ‘ନ୍ୟୁଜ କିମ୍ବା କରେଣ୍ଟ ଆଫେୟାର୍ସ’ ତିଆରି କିମ୍ବା ବ୍ରଡକାଷ୍ଟ କରିବାକୁ ବାରଣ କରାଯାଇଛି।

ଏନ୍‌ଜିଓକୁ ସୋସିଆଲ ମିଡିଆରେ ଦେବାକୁ ହେବ ସୂଚନା

-ନୋଟିଫିକେସନ୍‌ରେ କୁହାଯାଇଛି ପୂର୍ବ ଅନୁମତି ଅନୁସାରେ, କୌଣସି ଖାସ୍ ଉଦେଶ୍ୟରେ ବିଦେଶୀ ଫଣ୍ଡ ପାଉଥିବା ଏନ୍‌ଜିଓକୁ ଫଣ୍ଡର ଅନ୍ୟ କିମ୍ବା ଏହା ପରେ କୌଣସି କିସ୍ତି ସେତେବେଳେ ଜାରି କରାଯିବ, ଯେତେବେଳେ ତା ପଛର କିସ୍ତିକୁ ଅତିକମ୍‌ରେ ୭୫% ଅଂଶ ବ୍ୟବହାର କରିହେବ।

- ସରକାରଙ୍କ କହିବା ଅନୁସାରେ, ସେ ଫଣ୍ଡର ବ୍ୟବହାରର ଯାଞ୍ଚ ପାଇଁ ଫିଲ୍ଡ ଇନକ୍ୟୁଆରୀ କରିବେ। ବିଦେଶ ଫଣ୍ଡ ପାଉଥିବା ଏନ୍‌ଜିଓକୁ ଏବେ FCRA ଅନୁସାରେ ରେଜିଷ୍ଟ୍ରେସନ କିମ୍ବା ରିନ୍ୟୁଆଲ ପାଇଁ ନିଜର ଆପ୍ଲିକେସନ୍‌ରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟର ସୂଚନା ଦେବାକୁ ହେବ।

ଅଣ ସରକାରୀ ସଂଗଠନ ଉପରେ ଆହୁରି ଲାଗିବ ଅଙ୍କୁଶ

-ସରକାର FCRA ନିୟମ, ୨୦୧୧ ରେ ବହୁ ପରିବର୍ତ୍ତର ସୂଚନା ଦେଇଛନ୍ତି। ଏହି ପରିବର୍ତ୍ତନର ଉଦେଶ୍ୟ ଭାରତରେ ଏନ୍‌ଜିଓ ଏବଂ ସଂସ୍ଥାର ବିଦେଶୀ ଫଣ୍ଡ ନେବା ଓ ବ୍ୟବହାର କରିବାର ପଦ୍ଧତିକୁ ନେଇ ଜବାବଦେହୀ ଓ ଶକ୍ତ ହେବାକୁ ପଡିବ।

-ସଂଶୋଧନ କୌଣସି ବ୍ୟକ୍ତି (ଇଣ୍ଡିଭିଜୁଆଲ) ବ୍ୟତୀତ କୌଣସିସ ଅନ୍ୟ ସଂସ୍ଥା ସମ୍ପର୍କିତ ମୁଖ୍ୟ ପଦାଧିକାରୀଙ୍କ ପରିଭାଷର ପରିସର ବଢାଇ ଦିଆଯାଇଛି। ଏଥିରେ କମ୍ପାନୀର ଡାଇରେକ୍ଟର, ଫର୍ମ ପାର୍ଟନ ଟ୍ରଷ୍ଟି, ହିନ୍ଦୁ ଅବିଭାଜିତ ପରିବାରର କର୍ତ୍ତା ଓ ସଂସ୍ଥାର ମ୍ୟାନେଜମେଣ୍ଟ ଉପରେ କନଟ୍ରୋଲ ରଖୁଥିବା କୌଣସି ବ୍ୟକ୍ତି ଭଳି ବହୁ ଭୂମିକା ରହିଛି।

ବିଦେଶୀ ଫଣ୍ଡ ପାଉଥିବା ଏନ୍‌ଜିଓକୁ କହିବାକୁ ହେବ ଉଦେଶ୍ୟ

ସରକାର ଏକ ନୂଆ ନିୟମ ଲାଗୁ କରିଛନ୍ତି, ଯାହା ଅନୁସାରେ ବିଦେଶୀ ଫଣ୍ଡ ପାଇଁ ରେଜିଷ୍ଟେ୍ରସନ୍ କରୁଥିବା ଏନ୍‌ଜିଓକୁ ନିଜର କାମର ଉଦେଶ୍ୟ ଓ ସେହି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ରା୍ୟର ନାଁ କହିବାକୁ ହେବ ଯେଉଁଠି ସେ କାମ କରିବେ। ନୋଟିଫିକେସନ୍‌ରେ କୁହାଯାଇଛି ରେଜିଷ୍ଟ୍ରେସନ ପାଇଁ ପ୍ରତି ଆପ୍ଲିକେସନ୍‌ରେ ତା’ର ଉଦେଶ୍ୟ ଲେଖିବାକୁ ହେବ, ଯେଉଁଥିପାଇଁ ରେଜିଷ୍ଟ୍ରେସନରେ ମଗା ଯାଇଛି। ଏହା ସହ ସେହି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ରାଜ୍ୟର ଆଲୋଚନା ହେବ, ଯେଉଁଠି ସଂସ୍ଥା ନିଜ ଗତିବିଧି ଚଳାଇବାକୁ ଚାହେଁ। 

ବିନା ଧର୍ମ ପରିବର୍ତ୍ତନ ସର୍ତ୍ତ

ନିୟମରେ କୁହାଯାଇଛି ଯେ, ତିନୋଟି କାମ ଧାର୍ମିକ ଶିକ୍ଷା, ଆସ୍ଥା ପରମ୍ପରାର ଦସ୍ତାବିଜକରଣ,ସଂରକ୍ଷଣ ଓ ପୁନଃରୁଦ୍ଧାର, ଧାର୍ମିକ ଶିକ୍ଷା, ନୈତିକ ଶିକ୍ଷା, ସତ୍‌ସଙ୍ଗ, ପ୍ରବଚନ ଓ ଧ୍ୟାନ ଶିବିରର ଆୟୋଜନ ପାଇଁ ଲାଗୁ ହୋଇଥାଏ।

ଦିଆଯାଇଛି ଏକ ବର୍ଷର ସମୟ

-ନିୟମ ଅନୁସାରେ, ୨୦୨୬ ପୂର୍ବରୁ ରେଜିଷ୍ଟର୍ଡ ସବୁ ସଂସ୍ଥାକୁ ଏକ ବର୍ଷର ସମୟ ଦିଆଯାଇଛି, ଯାହାଫଳରେ ସେମାନେ ସରକାରଙ୍କୁ ନିଜର ଉଦେଶ୍ୟ ଓ ସେହି ରାଜ୍ୟ ବିଷୟରେ ସୂଚନା ଦେବେ ଯାହାଙ୍କୁ ସେ ନିଜ ରେଜିଷ୍ଟ୍ରେସନରେ ରଖିବାକୁ ଚାହାନ୍ତି।

-କେନ୍ଦ୍ର ସରକାର ବଦଳିଥିବା ନିୟମ ଜରିଆରେ ଫି’ର ଏକ ନୂଆ ଢାଞ୍ଚା ବି ଲାଗୁ କରିଛନ୍ତି, ଏହା ଅନୁସାରେ, ଆପ୍ଲିକେସନ୍‌ରେ ଯୋଡା ଯାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅତିରିକ୍ତ ରାଜ୍ୟର କିମ୍ବା ଲକ୍ଷ୍ୟ ପାଇଁ ୩୦୦ ଟଙ୍କାର ଅତିରିକ୍ତ ଫି’ ଦେବାକୁ ହେବ।

ଆହୁରି ପଢନ୍ତୁ : ଦକ୍ଷିଣ କୋରିଆ ସେୟାର ମାର୍କେଟ ଧରାଶାୟୀ :୧୦% ହ୍ରାସ ପାଇଲା କୋସ୍ପି,ବନ୍ଦ ହେଲା ଟ୍ରେଡିଂ