କଳାହାଣ୍ଡି,୨୨।୬ , SIR କାର୍ଯ୍ୟରେ ଅବହେଳା ପାଇଁ ଚାକିରୀରୁ ନିଲମ୍ବିତ ହେଲେ ବିଏଲଓ l BLO ଦାୟିତ୍ୱରେ ଥିବା ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଙ୍ଗପଦର ୟୁପି ସ୍କୁଲର ଶିକ୍ଷକ ମଧୁସୁଦନ ବେହେରା ନିଲମ୍ବିତ l କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ତାଙ୍କୁ ନିଲମ୍ବିତ କରିଛନ୍ତି l
ମଧୁସୂଦନଙ୍କୁ ପୂର୍ବରୁ ନିଜର ସରକାରୀ ଦାୟିତ୍ୱ ଠିକ୍ ଭାବରେ ତୁଲାଇବା ଏବଂ କାର୍ଯ୍ୟରେ ନିୟମିତ ଯୋଗଦେବା ପାଇଁ ସହାୟକ ନିର୍ବାଚନ ପଞ୍ଜିକରଣ ଅଧିକାରୀ(AERO) ତଥା ନର୍ଲା ତହସିଲଦାର ବାରମ୍ବାର ଚେତାବନୀ ଦେଇଥିଲେ । ତାଙ୍କୁ କାର୍ଯ୍ୟରେ ଯୋଗଦେଇ ଠିକ ରେ କାମ କରିବା ପାଇଁ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରିଥିଲେ । ସେ ଏହାକୁ ବେଖାତିର କରି ସେ ନିଜ କାର୍ଯ୍ୟରେ ଯୋଗଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ l ତେବେ ସରକାରୀ କାର୍ଯ୍ୟରେ ଏଭଳି ଶିଥିଳତା ଏବଂ ମନମୁଖୀ କାର୍ଯ୍ୟକଳାପକୁ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ତାଙ୍କୁ ନିଲମ୍ବିତ କରିଛନ୍ତି l
ଆହୁରି ପଢନ୍ତୁ : ବିପର୍ଯ୍ୟୟ ପରିଚାଳନାରେ କୌଣସି ଶିଥିଳତା ବରଦାସ୍ତ କରାଯିବନି : ମୁଖ୍ୟମନ୍ତ୍ରୀ