ଭୁବନେଶ୍ୱର,୦୨/୦୧: କଂଗ୍ରେସ ହାଇକମାଣ୍ଡ ସବୁ ଜାଣିଛନ୍ତି । ଯିଏ ସମ୍ଭାଳି ପାରିବେ, ତାଙ୍କୁ ପିସିସି  ଦାୟିତ୍ୱ ଦିଆଯିବ । ଚଳିତ ମାସ ଶେଷ ସୁଦ୍ଧା ନୂଆ ପିସିସି ସଭାପତି ଦାୟିତ୍ୱ ନେବେ । ଏକ ମାସରୁ ଦୁଇ ମାସ ଭିତରେ ରାଜ୍ୟ କଂଗ୍ରେସ ସଂଗଠିତ ହେବ । କଂଗ୍ରେସ କର୍ମୀ ସଙ୍ଗଠିତ ହୋଇ ମଇଦାନକୁ ଲଢେଇ  ପାଇଁ ଓହ୍ଲାଇବେ ବୋଲି ପୂର୍ବତନ ପିସିସି ସଭାପତି  ଜୟଦେବ ଜେନା କହିଛନ୍ତି ।

ଶ୍ରୀ ଜେନା କହିଛନ୍ତି,  ଓଡ଼ିଶାରେ ବିଜେଡି ପ୍ରତ୍ୟାଖାତ । ବିଜେପି ଶାସନ  କରିବାରେ ବିଫଳ । ତେଣୁ କଂଗ୍ରେସ ହିଁ ଏକମାତ୍ର  ବିକଳ୍ପ । ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ୍‌ଗେ  ନିଷ୍ପତ୍ତି ନେଇ ସାରିଛନ୍ତି । କଂଗ୍ରେସ ନେତାଙ୍କୁ ଚେତାବନୀ  ଦିଆଯାଇଛି ଏକଜୁଟ ହୋଇ ଲଢ଼େଇ କରିବେ । ଯାହାକୁ  ରାଜ୍ୟ କଂଗ୍ରେସର ମଙ୍ଗୁଆଳ ଦାୟିତ୍ୱ ଦିଆଯିବ, ସବୁ  ନେତା ତାଙ୍କ ସହ ରହି କାମ କରିବେ । ମୁଁ ମଧ୍ୟ  ମୋ ତରଫରୁ ପ୍ରତିଶ୍ରୁତି ଦେଉଛି ଯାହାକୁ କଂଗ୍ରେସ  ହାଇକମାଣ୍ଡ ଦାୟିତ୍ୱ ଦେବେ, ତାଙ୍କ ନେତୃତ୍ୱରେ  ଏକଜୁଟ ହୋଇ ଲଢେଇ କରିବୁ । ହାଇକମାଣ୍ଡ ଓଡ଼ିଶା  କଂଗ୍ରେସ ବାବଦରେ ଟିକନିଖି ଖବର ରଖିଛନ୍ତି ।  କାହିଁକି ବିପର୍ଯ୍ୟୟ ହେଉଛି, କାହିଁକି ଦଳ ହାରୁଛି । ସବୁ  ଜାଣିଛନ୍ତି । ଯିଏ ଦଳକୁ ଆଗକୁ ନେଇପାରିବେ, ତାଙ୍କୁ  ପିସିସି ଦାୟିତ୍ୱ ଦେବେ । ତେବେ ଯିଏ ଦଳ ବିରୋଧୀ  କାମ କରିବ । ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ  ହେବ ବୋଲି ଶ୍ରୀ ଜେନା ଚେତାଇ ଦେଇଛନ୍ତି ।