ଭୁବନେଶ୍ୱର ୨୦/୦୫: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ।  ମଧ୍ୟାହ୍ନ ସାଢ଼େ ୧୨ଟାରେ ପରୀକ୍ଷା  ଫଳ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ଓ ଅପରାହ୍ନ ୩ଟାରୁ ଛାତ୍ରଛାତ୍ରୀମାନେ  ୱେବ୍‌ସାଇଟ୍‌ରେ ନିଜର ପରୀକ୍ଷା  ଫଳ ଦେଖିପାରିବେ ।

ସିଏଚ୍‌ଏସ୍‌ଇ  ପକ୍ଷରୁ କୁହାଯାଇଛି, ବୁଧବାର କଳା,  ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର  ଫଳ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ  ନିଜର ପରୀକ୍ଷା ଫଳ ୱେବ୍‌ସାଇଟ୍‌  www.results.odisha. gov.in, www.results. digilocker.gov.inରେ  ଦେଖିପାରିବେ । ପରୀକ୍ଷା ଫଳ ଲୋକାର୍ପଣ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ  ସମେତ ସଚିବ ଏନ୍‌ ତିରୁମାଲା ନାଏକ, ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ମୃଣାଳକାନ୍ତି  ଦାସ, ସଚିବ ଶୁଭ୍ରାବାଳା ପରିଡ଼ା ଓ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା  ପ୍ରମୁଖ ଉପସ୍ଥିତ ରହିବେ।

ଅଧିକ ପଢ଼ନ୍ତୁ : -  Shree Mandir News: ଇତିହାସ ସୃଷ୍ଟି କଲା ବିଶୃଙ୍ଖଳିତ ଘଟଣା, ରତ୍ନଭଣ୍ଡାର ଭିତରେ ଭଣ୍ଡାର ମେକାପ ଦାଦା-ପୁତୁରା ହାତାହାତି