ଭୁବନେଶ୍ଵର, ୨୭/୦୫ : ଓଡ଼ିଶାରେ ପୁଲିସ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ଏକ ଅଧିକୃତ ଆଦେଶ ଅନୁଯାୟୀ, କନଷ୍ଟେବଳ ଠାରୁ ଆରମ୍ଭ କରି ସବ୍‌-ଇନ୍ସପେକ୍ଟର (SI) ପର୍ଯ୍ୟନ୍ତ ମୋଟ ୭,୬୬୪ଟି ଖାଲି ପଦବୀର ନିଯୁକ୍ତି ପ୍ରକ୍ରିୟା ଏବେ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ୍ (OUSSSC) ମାଧ୍ୟମରେ କରାଯିବ। ୪୨୧୯ ସିଭିଲ୍ କନଷ୍ଟେବଲ ଏବଂ ୨୨୧୨ OISF କନଷ୍ଟେବଲ ପଦବୀ ପୂରଣ ହେବ। ସେହିପରି ୩୦୦ କନଷ୍ଟେବଲ ଏବଂ ୯୩୩ ଏସଆଇ ପଦବୀ ପୂରଣ ହେବା ପାଇଁ ଚିଠି କରାଯାଇଛି।

ଏହି ଖବରଟିକୁ ପଢନ୍ତୁମା' ଛାଡ଼ି ପଳାଇଲା, ବାପାଙ୍କ ଖୋଜଖବର ନାହିଁ... ଶଯ୍ୟାଶାୟୀ ନାତିକୁ ଧରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ବୃଦ୍ଧା

ଗୃହ ବିଭାଗ ପକ୍ଷରୁ ଚିଠିରେ କୁହାଯାଇଛି ଯେ, ସରକାର ଗଭୀର ବିଚାରବିମର୍ଶ ପରେ ଏହି ନିଯୁକ୍ତି ଦାୟିତ୍ୱ OUSSSCକୁ ଦେବାକୁ ଅନୁମୋଦନ କରିଛନ୍ତି। OUSSSC ସଚିବଙ୍କୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଷ୍ପତ୍ତି ରାଜ୍ୟର ହଜାର ହଜାର ଚାକିରି ପ୍ରାର୍ଥୀଙ୍କ ପାଇଁ ବଡ଼ ଆଶା ସୃଷ୍ଟି କରିଛି।