ଭୁବନେଶ୍ୱର,୧୭/୧୧: ଚଳିତ ମାସ ୨୧ରୁ ୪ ଦିନ ବ୍ୟାପି ଜନତା  ମୈଦାନଠାରେ ଅନୁଷ୍ଠିତ ହେବାକୁ ଯାଉଛି  ପ୍ରୋ ପ୍ୟାକ ଓଡ଼ିଶା ୨୦୨୪ ଏବଂ ଓଡ଼ିଶା ପ୍ଲାଷ୍ଟ  ୨୦୨୪ । ଓଡ଼ିଶା ଆସେମ୍ବ୍‌ଲି ଅଫ୍‌ ସ୍ମଲ ଆଣ୍ଡ୍‌  ମିଡିୟମ ଏଣ୍ଟର୍‌ପ୍ରାଇଜେସ (ଓସ୍‌ମି) ଏବଂ  ଫ୍ୟୁଚରେକ୍ସର ମିଳିତ ଉଦ୍ୟମରେ, କେନ୍ଦ୍ର  ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ସହଯୋଗରେ  ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଓସ୍‌ମି ପକ୍ଷରୁ  ସୂଚନା ମିଳିଛି ।  

ଏଥର ୨୫୦ରୁ ଊଦ୍ଧ୍ୱର୍ ଜାତୀୟ ଏବଂ ଅନ୍ତର୍ଜାତୀୟ  ସ୍ତରର ପ୍ରଦର୍ଶନକାରୀ କମ୍ପାନି ୩୦୦୦ ଊଦ୍ଧ୍ୱର୍ ଉତ୍ପାଦ  ପ୍ରଦର୍ଶନ କରାଇବେ । ପୂର୍ବ ଭାରତରେ ଏ କ୍ଷେତ୍ରରେ  ଏହା ସର୍ବବୃହତ୍‌ ସମ୍ମିଳନୀ ହୋଇଥିବାବେଳେ ଏଥିରେ  ଏମ୍‌ଏସ୍‌ଏମ୍‌ଇ ଲାଗି ବିଟୁବି, ବିଟୁସି, ବିଟୁଜି ବୈଠକ  ଅନୁଷ୍ଠିତ ହେବ । ଏହା ପ୍ରଦର୍ଶନକାରୀ ଏବଂ ଲୋକଙ୍କ  ମଧ୍ୟରେ ନେଟୱର୍କିଂରେ ସହାୟକ ହେବ । ଓସ୍‌ମି ଅଧ୍ୟକ୍ଷ  ଗୌରୀ ଶଙ୍କର ଦାସ କହିଲେ, ଶିଳ୍ପ ଅଂଶୀଦାରଙ୍କୁ ଉତ୍ସାହିତ  କରିବାରେ ଏଭଳି ଏକ କାର୍ଯ୍ୟକ୍ରମ ସହାୟକ ହେବ ।  ଓସ୍‌ମି ମହାସଚିବ ସାତ୍ୱିକ ସ୍ୱାଇଁ କହିଲେ, ଏକ୍ସପୋରେ  ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସହ ଜଡ଼ିତ ପ୍ଲାଷ୍ଟିକ, ପ୍ରିଣ୍ଟିଂ,  ପ୍ୟାକେଜିଂ କ୍ଷେତ୍ର ଗୁଡ଼ିକ ଉପରେ ଫୋକସ କରାଯାଇଛି ।