କଟକ,୨୭/୧୨: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍ଏସ୍‌ଟିଇଟି-୨୦୨୫) ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆସନ୍ତା ୨୦୨୬ ଜାନୁଆରୀ ମାସ ୨୧ ତାରିଖରେ ଅନୁଷ୍ଠିତ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପରୀକ୍ଷା ଉକ୍ତ ଦିନ ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ ।

ପରୀକ୍ଷାର ପେପର୍-୧ ଓ ପେପର-୨ ଗୋଟିଏ ସିଟିଂରେ ଶେଷ ହେବ । ଏହି ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନେ ନିଜର ଆଡ୍‌ମିଟ୍ କାର୍ଡ (ବିଏସ୍ଇଓଡ଼ିଶା ଡଟ୍ ଏସି ଡଟ୍ ଇନ୍) ୱେବସାଇଟ୍‌ରୁ  ଡାଉନ୍‌ଲୋଡ୍ କରିପାରିବେ । ଏହା ଆସନ୍ତା ଜାନୁଆରୀ ମାସ ୧୦ ତାରିଖରୁ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ । ପରୀକ୍ଷା ପଞ୍ଜୀକରଣ ସମୟରେ ଦେଇଥିବା ଆବଶ୍ୟକୀୟ ତଥ୍ୟ ପ୍ରଦାନ କରି ପରୀକ୍ଷାର୍ଥୀ ନିଜର ଆଡ୍‌ମିଟ୍ କାର୍ଡ ଡାଉନ୍‌ଲୋଡ୍ କରି ପରୀକ୍ଷାରେ ବସିପାରିବେ ।