ଭୁବନେଶ୍ବର, ୧୮/୧୨ : ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ରାଜ୍ୟସ୍ତରୀୟ ଏକମାତ୍ର ସଙ୍ଗଠନର ୧୪ତମ ପ୍ରତିଷ୍ଠା ଦିବସ ଉତ୍ସବ ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟର୍ସ ପ୍ରେକ୍ଷାଳୟରେ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ମଧ୍ୟ ଭୁବନେଶ୍ୱରର ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ ଏବଂ ବିଶିଷ୍ଟ ଅତିଥି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ଉପସ୍ଥିତ ଥିଲେ । ଅତିଥିଙ୍କ ହାତରେ ପତ୍ରିକା ଅପରାହ୍ନରେ ଉନ୍ମୋଚିତ ହୋଇଥିଲା। ମହାସଂଘର ପ୍ରତିଷ୍ଠାତା ସଭାପତି କୃପାସିନ୍ଧୁ ସାହୁ, ପୂର୍ବତନ ସଭାପତି ଏବଂ ଖ୍ୟାତିସମ୍ପନ୍ନ କ୍ୟାନସର ସର୍ଜନ ଡାକ୍ତର ପ୍ରଫେସର କୃପାସିନ୍ଧୁ ପଣ୍ଡା, ଇଂ. ସୁରେଶ ଚନ୍ଦ୍ର କର, ଚିତ୍ତରଞ୍ଜନ ଦାସ ଓ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ମନ୍ତ୍ରୀ ଆଦି ଉପଦେଷ୍ଟାଗଣ ଅଂଶଗ୍ରହଣ କରିଥିଲେ।

ସଭାପତି ଭାବେ ଡ଼. ପି. କେ. ଦାସ ଏବଂ ପରିଚାଳନାରେ କାର୍ଯ୍ୟକାରୀ ସଭାପତି ଇଂ. ଗିରିଜା ନନ୍ଦନ ମହାନ୍ତି ପରିଚାଳନା କରିଥିଲେ । ସାଧାରଣ ସମ୍ପାଦକ ରାଜ କିଶୋର ସାମନ୍ତରାୟ ମହାସଂଘର ସଫଳତା ଓ ସରକାରଙ୍କ ଠାରୁ ଦାବି ଉପସ୍ଥାପନ ବିଷୟରେ ଅବଗତ କରାଇଥିଲେ। କୋଷାଧକ୍ଷ୍ୟ ଫଗୁ ବାରିକ ଚଳିତ ବର୍ଷର ଆୟ-ବ୍ୟୟ ତଥା ଆଗାମୀ ବର୍ଷର ବଜେଟ ଉପସ୍ଥାପନ କରିଥିଲେ। ପ୍ରତିଷ୍ଠାତା ସଭାପତି ଶ୍ରୀ ସାହୁ, ପାଟ୍ରନ ସଦସ୍ୟ ଏବଂ ନୂତନ ଅନୁବନ୍ଧିତ ସଙ୍ଘମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜରୁରୀ ଆବଶ୍ୟକତା ପାଇଁ କଳିଙ୍ଗ ହସ୍ପିଟାଲ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲା । ଏଚଡିଏଫସି ବ୍ୟାଙ୍କ ସାରା ରାଜ୍ୟ ବରିଷ୍ଠଙ୍କ ପାଇଁ ଚେସ ପ୍ରତିଯୋଗିତା ଶୁଭାରମ୍ଭ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦୦ରୁ ଅଧିକ ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଓ ସମାଧାନ ବିଷୟରେ ଆଲୋଚନା କରିଥିଲେ।

ମଧ୍ୟାହ୍ନ ଭୋଜନ ପରେ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସମାରୋହ ସଫଳ ଏବଂ ହୃଦୟସ୍ପର୍ଶୀ ଭାବେ ଶେଷ ହୋଇଥିଲା । ଇନ୍ଦ୍ରମଣି ନାହାକ, ଅରୁଣ ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ମିଶ୍ର, ଅରବିନ୍ଦ ଶତପଥି, ଗଦାଧର ବେହେରା, ଉପେନ୍ଦ୍ର ମହାନ୍ତି, ଧିରେନ ପଟ୍ଟନାଏକ, ଅରୁଣ ମହାନ୍ତି କେଉଁଝର, ଅରୁଣ ମହାନ୍ତି ଜଟଣୀ, ବସନ୍ତ ବାରିକ, ପ୍ରହଲ୍ଲାଦ ରାଉତ, ଅଭିରାମ ଜେନା ସହଯୋଗ କରିଥିଲେ । କାର୍ଯ୍ୟକାରୀ ସଭାପତି ଇଂ. ଗିରିଜା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।