ପ୍ରମୂଖ ଖବର
  • ଅନୁଗୁଳ ଡେଲି ମାର୍କେଟରେ ଅଗ୍ନିକାଣ୍ଡ; ପୋଡ଼ି ପାଉଁଶ ହୋଇଗଲା ୩୦ରୁ ଉର୍ଦ୍ଧ୍ୱ ପିଣ୍ଡି, ଲକ୍ଷାଧିକ ସମ୍ପତ୍ତି ନଷ୍ଟ
  • ||
  • ଛତିଶଗଡ଼ ସୁକମାରେ ନକ୍ସଲ ହମଲା;୨ ଯବାନ ଗୁରୁତର
  • ||
  • ଭାପୁର : ମହାନଦୀରୁ ସାତଫୁଟର ମୃତ କୁମ୍ଭୀର ଉଦ୍ଧାର
  • ||
  • ପାଟଣା ରେଞ୍ଜରେ ହାତୀପଲଙ୍କ ଆତଙ୍କ, ବିଳମ୍ବିତ ରାତିରେ ଭାଙ୍ଗିଦେଲେ ୪ ଘର
  • ||
  • ମୋହନା : ପୋଲିସ ହେପାଜତରୁ ଚମ୍ପଟ ମାରିଲା ଆସାମୀ, ଅଭିଯୁକ୍ତକୁ ଖୋଜୁଛି ମହାରାଷ୍ଟ୍ର ପୋଲିସ
  • ||
  • ସୁବର୍ଣ୍ଣପୁର : ବୋଲେରୋ ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ଗ୍ରାମବାସୀ
  • ||
  • ବଲାଙ୍ଗୀର ଜିଲ୍ଲାରେ ଗଜରାଜ ମୃତ, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିରରେ ପଡ଼ିଲା ଛେପ, ମହାପ୍ରଭୁଙ୍କର ହେଲା ବଡ ମହାସ୍ନାନ
  • ||
  • ଡେଲାଙ୍ଗ ପରିବା ହାଟରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ଟଙ୍କାର ପରିବା, ଜଣେ ଅଟକ
  • ||
  • ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଆଜି ବିଜେପି ନିଜ ସଙ୍କଳ୍ପପତ୍ର ଜାରି କରିପାରେ
  • ||
  • ଟାଙ୍ଗୀ : ଅଟୋକୁ ପଛପଟୁ ଧକ୍କା ଦେଲା ଅଜଣା ଗାଡ଼ି; ଜଣେ ହବିଷ୍ୟାଳି ମୃତ, ଡ୍ରାଇଭର ସହ ୬ ଗୁରୁତର
  • ||
  • ଭୂକମ୍ପରେ ଥରିଲା ରାଜଧାନୀ, ଭୁବନେଶ୍ବରରେ ଅନୁଭୂତ ହେଲା ମୃଦୁ ଭୂମିକମ୍ପ
  • ||
  • ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ପୂରଣ, ୧୮ ତାରିଖ ଯାଏଁ ଚାଲିବ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା
  • ||
  • ଆଜି ଶାନ୍ତିସ୍ତୂପ ପ୍ରତିଷ୍ଠା ଉତ୍ସବ, ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍, ୪ ଗୁରୁତର
  • ||
  • ନଭେମ୍ବରରେ ଗରମ ବିଦାୟ ନେଉନି, ଶୀତର ବି ନାହିଁ ଖୋଜ ଖବର: ଏଯାଏ ଲା-ନିନା ଆସିଲାନି
  • ||

ମହାରାଷ୍ଟ୍ରରୁ ଓଡ଼ିଶା ଆସିବେ ଆଉ ୫ ବାଘୁଣୀ, ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ୱର/ ବାରିପଦା ୨୯/୧୦: ମହାରାଷ୍ଟ୍ରରୁ ଶିମିଳିପାଳ ଆସିବେ ୫ ବାଘୁଣୀ । ଓଡ଼ିଶାକୁ ଆସିବ ଆଉ ୫ ବାଘୁଣୀ। ସୋମାବାର ଶିମିଳିପାଳ ଏନ୍‌କ୍ଲୋଜରେ ମହାରାଷ୍ଟ୍ର ବାଘୁଣୀ ଯମୁନାକୁ ଛଡାଯାଇଛି । ଖୁବ୍ କମ‌ ଦିନ ଭିତରେ ଶିମିଳିପାଳରେ ଆଉ ଗୋଟିଏ ବାଘୁଣୀ ଛଡା ଯିବା ପାଇଁ ବ୍ୟବସ୍ଥା କରାଯାଉଛି।    ବାଘ୍ର ସଂରକ୍ଷଣ ଜାତୀୟ ଉଦ୍ୟନରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ଏହି ଯୋଜନା କରାଯାଇଛି। ଏନେଇ ସୂଚନା ଦେଇଛି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। 

ସୂଚନା ଥାଉକି, ମହାରାଷ୍ଟ୍ରର ତାଡୋବା ବ୍ୟାଘ୍ର ପ୍ରକଳ୍ପରୁ ଆସିଥିବା ବାଘୁଣୀକୁ ଶିମିଳିପାଳ ଏନକ୍ଲୋଜରରେ ସଫଳତାର ସହ ଛଡାଯାଇଛି । ଦୀପାବଳିର ସପ୍ତାହେ ପରେ ସେହି ପ୍ରକଳ୍ପରୁ ପୁଣି ଆଉ ଏକ ବାଘୁଣୀ ଛଡ଼ାଯିବାକୁ ଯୋଜନା କରାଯାଇଛି। ଯମୁନାର ସ୍ୱାସ୍ଥ୍ୟବସ୍ଥା ଦେଖି ନୂଆ ବାଘୁଣୀ ଆସିବାର ଦିନ ଧାର୍ଯ୍ୟ ହେବ। ତେବେ ଯମୁନାକୁ ଛଡାଯିବା ପରେ ସେ ସମ୍ପୂର୍ଣ ଭାବରେ ଖୁବ୍ ଫୁର୍ତ୍ତିର ସହ ଖେଳୁଛି ଓ ସୁସ୍ଥ ଅଛି ବୋଲି ସୂଚନା ମିଳିଛି । 

ଯମୁନା ଦେହରେ କଲର ଆଇଡି ଲାଗି ଥିବାରୁ ସବୁ ସମୟରେ ତାକୁ ଟ୍ରାକ୍ କରିବା ସହିତ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଯାଞ୍ଚ୍ କରାଯାଇପାରିବ । ମହାରାଷ୍ଟ୍ର ଓ ଶିମିଳିପାଳର ଏକ ମିଳିତ ବିଶେଷଜ୍ଞ ଦଳ ବର୍ତ୍ତମାନ ଯମୁନା ଉପରେ ଦିନରାତି ନଜର ରଖିଛନ୍ତି । ନୂଆ ସ୍ଥାନ ଓ ଜଳବାୟୁ ସହିତ ଅଲଗା ପରିସ୍ଥିତିରେ ତାର ଗତିବିଧି ଏବଂ ସ୍ୱାସ୍ଥ୍ୟ କେମିତି ରହୁଛି ତା ଉପରେ ନଜର ରଖିଛି ବିଭାଗ । ସବୁ ଠିକ୍ ରହିଲେ ଶିମିଳିପାଳ କୋର୍ ଜଙ୍ଗଲରେ ବାଘୁଣୀକୁ ଛଡାଯିବ।

୨୦୧୪ରୁ ଶିମିଳିପାଳରେ କେବଳ ଗୋଟିଏ ପୁରୁଷ ବାଘ ରହିଥିବାରୁ କେବଳ ତା ଠାରୁ ଜନ୍ମ ବାଘ ମାନଙ୍କର ପୁଣି ବଂଶ ବିସ୍ତାର ହେବା ଫଳରେ ଏକ ଅନିୟନ୍ତ୍ରିତ ବଂଶ ବିସ୍ତାର ଫଳରେ ମିଲେନିଷ୍ଟିକ୍ ଟାଇଗର ବା କଳବାଘ ଭଳି ପ୍ରଜାତିର ଜନ୍ମ । ଏହି ସଂଖ୍ୟା ନିୟନ୍ତ୍ରଣ କରି ସୁସ୍ଥ ମହାବଳ ବାଘର ବଂଶ ବିସ୍ତାର କରିବା ଏହି ଯୋଜନାର ଲକ୍ଷ୍ୟ ବୋଲି କହିଛନ୍ତି ଶିମିଳିପାଳର ମୁଖ୍ୟ ବନ ସଂରକ୍ଷକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.