ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଓଏସ୍‌ଓୟୁକୁ ୪ ସ୍ନାତକୋତ୍ତର ପାଇଁ ଅନୁମତି, ସନ୍ଦେହରେ ପୂର୍ଣ୍ଣ ପାଠ୍ୟକ୍ରମ କାର୍ଯ୍ୟକ୍ଷମ

Published By : Rasmita Pradhan | October 18, 2024 2:34 PM

ସମ୍ବଲପୁର, ୧୮/୧୦ : ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଓଏସ୍‌ଓୟୁ)ରେ ନାମଲେଖା ପାଇଁ ୨ ବର୍ଷ ପରେ ଅନୁମତି ମିଳିଛି । କେବଳ ୪ଟି ସ୍ନାତକୋତ୍ତର ପାଠ୍ୟକ୍ରମରେ ଏଥର ନାମଲେଖା ହେବ । ହେଲେ ଦୁର୍ଭାଗ୍ୟଜନକ ଭାବେ ସର୍ବାଧିକ ପଢ଼ୁଥିବା ଓଡି଼ଆ ସ୍ନାତକୋତ୍ତର ପାଠ୍ୟକ୍ରମ ବାଦ୍‌ ପଡିଛି । ଆଗକୁ ଏହା କାର୍ଯ୍ୟକ୍ଷମ ହେବ କି ନାହିଁ ତାହା ମଧ୍ୟ ଜଣାନାହିଁ । ପୂର୍ବରୁ ବିଶ୍ୱବିଦ୍ୟାଳୟରେ ୧୧ଟି ସ୍ନାତକ ଓ ୧୪ଟି ସ୍ନାତକୋତ୍ତର ପାଠ୍ୟକ୍ରମ ଥିବାବେଳେ ନାକ୍‌ ସ୍ୱୀକୃତି ହରାଇବାରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନାମଲେଖା ପାଇଁ ଅନୁମତି ଦେଇନଥିଲା । ହେଲେ ନିକଟରେ ନାକ୍‌ ମାନ୍ୟତା ମିଳିବା ସହ ୟୁଜିସି ଗାଇଡଲାଇନ୍‌ ଅନୁସାରେ ୪ଟି ପାଠ୍ୟକ୍ରମ ପାଇଁ ଅନୁମତି ମିଳିଛି । ହେଲେ ପୂର୍ଣ୍ଣ ପାଠ୍ୟକ୍ରମ କାର୍ଯ୍ୟକ୍ଷମକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।  

ଚଳିତ ଶିକ୍ଷା ବର୍ଷ ପାଇଁ ଅର୍ଥନୀତି, ଇତିହାସ, ସାଧାରଣ ପ୍ରଶାସନ ଏବଂ ରାଜନୀତି ବିଜ୍ଞାନ ବିଭାଗରେ ସ୍ନାତକୋତ୍ତରର ଅନୁମତି ମିଳିଛି । ଏହି ପାଠ୍ୟକ୍ରମରେ ନାମଲେଖା ପାଇଁ ଓଏସ୍‌ଓୟୁ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇସାରିଛି । ଏନେଇ ବିଶ୍ୱବିଦ୍ୟାଳୟର କୁଳସଚିବ କହିଛନ୍ତି, ଆମେ ଚଳିତ ଶିକ୍ଷା ବର୍ଷ ପାଇଁ ୫ଟି ପାଠ୍ୟକ୍ରମରେ ନାମଲେଖା ପାଇଁ ୟୁଜିସିରେ ଆବେଦନ କରିଥିଲୁ । କିନ୍ତୁ ଆମର ଶିକ୍ଷକ ନିଯୁକ୍ତି ଓ ଅନ୍ୟ ଭିତ୍ତିଭୂମିକୁ ଦେଖି ୪ଟି ପାଠ୍ୟକ୍ରମକୁ ଅନୁମୋଦନ ମିଳିଥିଲା । ହେଲେ ଆଗକୁ ସମସ୍ତ ମାପଦଣ୍ଡ ପୂରଣ କରି ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଆବେଦନ କରାଯିବ । ତେଣୁ ପୂର୍ବରୁ ଥିବା ଅଧିକାଂଶ ପାଠ୍ୟକ୍ରମ ଆସନ୍ତା ମାର୍ଚ୍ଚ ମାସରୁ ପୁଣିଥରେ ଆରମ୍ଭ ହୋଇପାରିବ ।ଏପଟେ, ୟୁଜିସିର ଗାଇଡଲାଇନ୍‌ ଅନୁସାରେ ୟୁଜି ଓ ପିଜି ପାଠ୍ୟକ୍ରମ ଖୋଲିବାକୁ ହେଲେ ଅତି କମରେ ୫ ଜଣ ଶିକ୍ଷକ ଆବଶ୍ୟକ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ସ୍ଥାୟୀ ଶିକ୍ଷକ ପଦବୀ ପୂରଣ ହୋଇନି । ବିଶ୍ୱବିଦ୍ୟାଳୟ ପକ୍ଷରୁ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଚାଲୁଥିଲେ ମଧ୍ୟ ୟୁଜିସିର ମାପଦଣ୍ଡ ପୂରଣ ହୋଇପାରିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠୁଛି । ତେଣୁ ସ୍ଥାୟୀ ଶିକ୍ଷକ ନିଯୁକ୍ତି ହେବା ପରେ ହିଁ ସମ୍ପୂର୍ଣ୍ଣ ପାଠ୍ୟକ୍ରମ ଖୋଲାଯାଇପାରିବ ବୋଲି ଶିକ୍ଷାବିତ କହିଛନ୍ତି । 

୨୦୧୫ ମେ ୧୦ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଜିଏମ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଓଏସ୍‌ଓୟୁ)କୁ ଲୋକାର୍ପଣ କରିଥିଲେ । ଡିପ୍ଲୋମା ଓ ସାର୍ଟିଫିକେଟ୍‌ କୋର୍ସ ପାଇଁ ୟୁଜିସିର ଅନୁମତି ଆବଶ୍ୟକ ନଥିବାରୁ ପ୍ରଥମ ୨ ବର୍ଷ ଏହି ପାଠ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ୨୦୧୭ ମସିହାରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ଲାଗି ଅନୁମତି ମିଳିଥିଲା । ୫ ବର୍ଷ ଅର୍ଥାତ ୨୦୨୨ ପର୍ଯ୍ୟନ୍ତ ସ୍ନାତକ ଓ ସ୍ନାତକୋତ୍ତରର ବିଭିନ୍ନ ପାଠ୍ୟକ୍ରମକୁ ଅନୁମତି ମିଳିଥିଲା । ରାଜ୍ୟରେ ପ୍ରଥମ ମୁକ୍ତ ବିଶ୍ୱବିଦ୍ୟାଳୟ ହୋଇଥିବାରୁ ଅଳ୍ପ ଦିନରେ ଅନେକ ସଫଳତା ବି ପାଇଥିଲା । ୭ ବର୍ଷ ମଧ୍ୟରେ ସଫଳତା ମିଳିବା ସହ ପ୍ରାୟ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ବିଶ୍ୱବିଦ୍ୟାଳୟରୁ ଉତିନ୍ନ ହୋଇଥିଲେ । କିନ୍ତୁ ୨୦୨୨ ପରେ ବିଶ୍ୱବିଦ୍ୟାଳୟରେ ନାକ୍‌ ମାନ୍ୟତା ହରାଇବାରୁ ୟୁଜିସି ନାମଲେଖା ପାଇଁ ଅନୁମତି ଦେଇନଥିଲା । ତେଣୁ ୨ ବର୍ଷ ଧରି ଏଥିରେ ୟୁଜି ଓ ପିଜିରେ ନାମଲେଖା ହେଉନଥିଲା । କେବଳ ଡିପ୍ଲୋମା ଓ ସାର୍ଟିଫିକେଟ୍‌ କୋର୍ସ ଚାଲିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.