ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

୯ ମହଲାରୁ ଡେଇଁ ପଡ଼ିଲେ ସରୋଗେଟ୍‌ ମହିଳା, ଓଡ଼ିଶାରୁ ସ୍ୱାମୀଙ୍କ ସହ ଯାଇଥିଲେ ହାଇଦ୍ରାବାଦ

Published By : Prameya | November 28, 2024 10:55 AM

ହାଇଦ୍ରାବାଦ,୨୮/୧୧:  ହାଇଦ୍ରାବାଦର ରାୟଦୁର୍ଗମ୍‌ ଥାନା ଅଞ୍ଚଳରେ  ଜଣେ ୨୫ ବର୍ଷୀୟା ସରୋଗେଟ୍‌ (ଅନ୍ୟର  ଶିଶୁକୁ ନିଜ ଗର୍ଭରେ ବଢ଼ାଇବା) ମହିଳା ୯  ମହଲା କୋଠାରୁ ଡେଇଁ ମଙ୍ଗଳବାର ଆତ୍ମହତ୍ୟା  କରିଛନ୍ତି । ଯୌନ ନିର୍ଯାତନା ସହି ନ ପାରି ସେ  ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।  ମହିଳାଙ୍କ ଘର ଓଡ଼ିଶାରେ ଓ ତାଙ୍କ ନାମ ଆଶ୍ରିତା  ସିଂହ ବୋଲି ଜଣାପଡ଼ିଛି । 

ପୁଲିସ ସୂଚନା ଅନୁସାରେ, ରାଜେଶ ବାବୁ  ନାମକ ଜଣେ ୫୪ ବର୍ଷୀୟ ବ୍ୟକ୍ତି ‘ମାଇ ହୋମ୍‌  ଭୁଜା’ ଆପାର୍ଟମେଣ୍ଟର ନବମ ମହଲାରେ  ରହୁଥିଲେ । ଗତ ମାସ ୨୪ ତାରିଖରେ ସେ  ଓଡ଼ିଶାରୁ ଆଶ୍ରିତା ନାମ୍ନୀ ଜଣେ ମହିଳାଙ୍କୁ  ସରୋଗେସି ପାଇଁ ଚୁକ୍ତି କରି ନେଇଥିଲେ ।  ଏଥିପାଇଁ ରାଜେଶ ୧୦ ଲକ୍ଷ ଟଙ୍କା ଦେବେ  ବୋଲି ପ୍ରତିଶ୍ରୁତି ଦେଇଥିଲେ । ସନ୍ଦୀପ ନାମକ  ଜଣେ ବ୍ୟକ୍ତି ଆଶ୍ରିତା ଏବଂ ତାଙ୍କ ସ୍ୱାମୀ ସଞ୍ଜୟ  ସିଂହଙ୍କୁ ହାଇଦ୍ରାବାଦ ନେଇ ଯାଇଥିଲେ । 

ଅଭିଯୋଗ ମୁତାବକ, ଆଶ୍ରିତାଙ୍କୁ ରାଜେଶ  ଜବରଦସ୍ତି ତାଙ୍କ ଫ୍ଲାଟ୍‌ରେ କିଛି ମାସ ପାଇଁ  ରଖିଥିଲେ । ତାଙ୍କ ସ୍ୱାମୀ ସଞ୍ଜୟଙ୍କ ରହିବା ପାଇଁ  ରାଜେଶ ସେହି ଆପାର୍ଟମେଣ୍ଟରେ ଆଉ ଏକ  ଫ୍ଲାଟ୍‌ ଦେଇଥିଲେ । ଆଶ୍ରିତାଙ୍କୁ ରାଜେଶ ବନ୍ଦୀ  ଭାବେ ରଖି ତାଙ୍କୁ ବାରମ୍ବାର ଯୌନ ନିର୍ଯାତନା  ଦେଇଥିଲେ । ଏଥିସହ ସେ ଯେପରି ତାଙ୍କ  ସ୍ୱାମୀଙ୍କ ସହ କଥା ହୋଇ ନ ପାରିବେ ସେ  ବ୍ୟବସ୍ଥା ବି କରିଥିଲେ । ରାଜେଶଙ୍କ ପରିବାରକୁ  ପିଲା ଜନ୍ମ କରି ଦେବା ପାଇଁ ଯାଇଥିବା  ଆଶ୍ରିତା ନିର୍ଯାତନାର ଶିକାର ହୋଇଥିଲେ ।  ଶେଷରେ ନିର୍ଯାତନା ଅସହ୍ୟ ହେବାରୁ ଆଶ୍ରିତା  ଚରମ ନିଷ୍ପତ୍ତି ନେଇଥିଲେ । ନବମ ମହଲାରୁ  ତଳକୁ ଡେଇଁ ପଡ଼ିଥିଲେ । ଏ ନେଇ ତାଙ୍କ  ସ୍ୱାମୀ ସଞ୍ଜୟ ଥାନାରେ ଅଭିଯୋଗ କରିଛନ୍ତି ।  ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ  ଆରମ୍ଭ କରିଛି । ଆସନ୍ତା ମାସରେ ଆଶ୍ରିତାଙ୍କ  ସରୋଗେସି ପ୍ରକ୍ରିୟା ଆରମ୍ଭ ହେବାର ଥିଲା ।  କିନ୍ତୁ ସେ ଗର୍ଭବତୀ ହୋଇ ନ ଥିବା ପୁଲିସ  ଜାଣିବାକୁ ପାଇଛି । 

ଯାଇଥିବା ଆଶ୍ରିତା ନିର୍ଯାତନାର ଶିକାର ହୋଇଥିଲେ ।  ଶେଷରେ ନିର୍ଯାତନା ଅସହ୍ୟ ହେବାରୁ ଆଶ୍ରିତା ଚରମ  ନିଷ୍ପତ୍ତି ନେଇଥିଲେ । ନବମ ମହଲାରୁ ତଳକୁ ଡେଇଁ  ପଡ଼ିଥିଲେ । ଏ ନେଇ ତାଙ୍କ ସ୍ୱାମୀ ସଞ୍ଜୟ ଥାନାରେ  ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆସନ୍ତା ମାସରେ ଆଶ୍ରିତାଙ୍କ  ସରୋଗେସି ପ୍ରକ୍ରିୟା ଆରମ୍ଭ ହେବାର ଥିଲା । କିନ୍ତୁ ସେ  ଗର୍ଭବତୀ ହୋଇ ନ ଥିବା ପୁଲିସ ଜାଣିବାକୁ ପାଇଛି । 

ଅନ୍ୟପକ୍ଷରେ ରାୟଦୁର୍ଗମ୍‌ ପୁଲିସ ଏହି  ଘଟଣାରେ ଅନେକ ରହସ୍ୟ ଥିବା ଅନୁମାନ କରୁଛି ।  ତଦନ୍ତ ବେଳେ ପୁଲିସକୁ ବାଲକୋନିରୁ ଦୁଇଟି ଶାଢ଼ି  ଓ ଗୋଟିଏ ଚୁନି ମିଳିଛି । ଶାଢ଼ି ଓ ଚୁନି ବନ୍ଧା ହୋଇ  ବାଲକୋନି ରେଲିଂରେ ଝୁଲୁଥିଲା । ଏଥିରୁ ଆଉ ଏକ  ଅନୁମାନ ହେଉଛି ଯେ ଆଶ୍ରିତା ପଳାୟନ କରୁଥିବା  ବେଳେ ଖସିପଡ଼ି ପ୍ରାଣ ହରାଇ ଥାଇପାରନ୍ତି । 

ରାୟଦୁର୍ଗମ୍‌ ସବଇନ୍ସପେକ୍ଟର ଭି ଶ୍ରୀନିବାସ  କହିଛନ୍ତି, ଆଶ୍ରିତାଙ୍କ ସ୍ୱାମୀ ସଞ୍ଜୟଙ୍କ ବୟାନରେ  ତାଳମେଳ ରହୁନାହିଁ । ଗୋଟିଏ ବୟାନରେ ରାଜେଶ  ଆଶ୍ରିତାଙ୍କୁ ନିର୍ଯାତନା ଦେଇଆସୁଥିବା ସଞ୍ଜୟ କହୁଥିବା  ବେଳେ ପୂର୍ବରୁ ଆଶ୍ରିତା ଆତ୍ମହତ୍ୟା ପ୍ରବଣତାର  ସମ୍ମୁଖୀନ ହୋଇଥିବା ବି କହିଛନ୍ତି । ବଞ୍ଚିବାକୁ  ଆଗ୍ରହ ନ ଥିବାରୁ ତାଙ୍କର ଆତ୍ମହତ୍ୟା କରିବାକୁ  ଇଚ୍ଛା ହେଉଥିବା ନେଇ ଆଶ୍ରିତା ପୂର୍ବରୁ କହିଥିବା  ସଞ୍ଜୟ ଦର୍ଶାଇଛନ୍ତି । ଏହି ଦୁଇଟି ଦିଗକୁ ଦୃଷ୍ଟିରେ  ରଖି ତଦନ୍ତ କରାଯାଉଛି । ତେବେ ଆତ୍ମହତ୍ୟା  ପାଇଁ ଉସୁକାଇବା ଅଭିଯୋଗରେ ମାମଲା ରୁଜୁ  ହୋଇଥିବା ଇନ୍ସପେକ୍ଟର ଶ୍ରୀନିବାସ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.