ସୁନ୍ଦରଗଡ଼, ୨୨।୧୨: ଜୁନିଅର ଆକାଉଣ୍ଟାଣ୍ଟଙ୍କ ରବିନ୍ଦ୍ର କୁମାର ବାରିକଙ୍କ ଘରେ ଭିଜିଲାନ୍ସ ରେଡ୍ । ସୋମବାର ଅର୍ଥାତ୍ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ରବିନ୍ଦ୍ର କୁମାରଙ୍କ ଘର ସମେତ ୫ଟି ଠିକଣାରେ ଚଢ଼ାଉ କରାଯାଇଛି । ରବିନ୍ଦ୍ର କୁମାର ବାରିକଙ୍କ ସୁନ୍ଦରଗଡ଼ ଜିଲ୍ଲା ଓଏସିଏସସି ଲିମିଟେଡ୍‌ର ଡିଏମ୍ କାର୍ଯ୍ୟାଳୟର ଜୁନିଅର ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ ।

ଭିଜିଲାନ୍ସର ୩ଜଣ ଡିଏସ୍‌ପି, ୬ଜଣ ଇନ୍ସପେକ୍ଟର ଓ ଅନ୍ୟ ସହଯୋଗୀ କର୍ମଚାରୀଙ୍କ ଟିମ୍ ବାଲେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲାର ୫ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି । ବାଲେଶ୍ୱର ଜିଲ୍ଲା ଗୋପାଳ ଗାଁରେ ଥିବା ୩ ମହଲା ବିଶିଷ୍ଟ ବାସଗୃହ, ବାଲେଶ୍ୱର ଗୋପାଳ ଗାଁରେ ଥିବା ୩ ମହଲା ବଜାର କମ୍ପ୍ଲେକ୍ସ ଓ ଜିମ୍, ବାଲେଶ୍ୱରରେ ଥିବା କଲ୍ୟାଣ ମଣ୍ଡପ, ସୁନ୍ଦରଗଡ଼ରେ ଥିବା ତାଙ୍କ କାର୍ଯ୍ୟାଳୟ, ସୁନ୍ଦରଗଡ଼ରେ ଥିବା ଭଡ଼ା ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ତଦନ୍ତ ଶେଷ ହେବା ପରେ ଏନେଇ ଅଧିକ ସୂଚନା ମିଳିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।