ପ୍ରମୂଖ ଖବର
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଓଡ଼ିଶା ଆପଣାଇବ କେରଳ-ରାଜସ୍ଥାନ ପର୍ଯ୍ୟଟନ ମଡେଲ୍‌, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ

Published By : Rasmita Pradhan | June 26, 2025 8:37 AM

ଭୁବନେଶ୍ୱର,୨୬/୫ : ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ । ବିଶ୍ୱସ୍ତରୀୟ ଭିତ୍ତିଭୂମି ସହ ପର୍ଯ୍ୟଟନ କ୍ଷେତ୍ରରେ ଏକ ନମ୍ବର ହେବ ଓଡ଼ିଶା । ରାଜ୍ୟର ଅନନ୍ୟ ସାଂସ୍କୃତିକ ଏବଂ ପରିବେଶଗତ ସମ୍ପଦକୁ ପ୍ରଦର୍ଶିତ କରୁଥିବା ୧୫ଟି ବିଶ୍ୱସ୍ତରୀୟ ଗନ୍ତବ୍ୟସ୍ଥଳ ଗୁଡ଼ିକର ବିକାଶ କରି ଏସିଆର ଶ୍ରେଷ୍ଠ ୫ଟି ପରିବେଶ ଅନୁକୂଳ ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ସ୍ଥାନିତ କରାଯିବ । ଏଥିପାଇଁ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଏବଂ ପରିଚାଳନା ପାଇଁ ସରକାରୀ-ଘରୋଇ ଭାଗିଦାରୀ (ପିପିପି) ମଡେଲ୍‌ ସୁଗମ ହେବ । କେରଳ ଏବଂ ରାଜସ୍ଥାନ ଭଳି ରାଜ୍ୟର ସଫଳ ପର୍ଯ୍ୟଟନ ମଡେଲ୍‌କୁ ଅନୁକରଣ କରି ସର୍ବୋତ୍ତମ କାର୍ଯ୍ୟଧାରା ପ୍ରସ୍ତୁତ ହେବ । ବିକଶିତ ଭାରତ-୨୦୪୭ ଓ ବିକଶିତ ଓଡ଼ିଶା-୨୦୩୬ ଲାଗି ସରକାରଙ୍କ ପରିକଳ୍ପିତ ଓଡ଼ିଶା ଭିଜନ୍‌ରେ ଏଭଳି ଯୋଜନା କରିଛନ୍ତି ରାଜ୍ୟ ସରକାର ।  

ଯୋଜନା ଅନୁସାରେ ବାର୍ଷିକ ୫ କୋଟି ଘରୋଇ ପର୍ଯ୍ୟଟକଙ୍କ ଆଗମନ ସାଙ୍ଗକୁ ୭ ଲକ୍ଷ ବିଦେଶୀ ପର୍ଯ୍ୟଟକ ଆଗମନ ବୃଦ୍ଧି ପାଇଁ ଯୋଜନା ହେଉଛି । ୨୦୩୬ ମସିହା ସୁଦ୍ଧା ୧୫ ହଜାର ଲକ୍ଷ୍ୟ ସହିତ ତାରକା ହୋଟେଲ୍‌ ରୁମ୍‌କୁ ୨୫ ହଜାର ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ପିପିପି ଦ୍ୱାରା ୨୦୪୭ ସୁଦ୍ଧା ୨୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ପ୍ରମୁଖ ଗନ୍ତବ୍ୟସ୍ଥଳରେ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ମାଧ୍ୟମରେ ଉଚ୍ଚ କୁଶଳୀ ପର୍ଯ୍ୟଟନ ଶ୍ରମ ଶକ୍ତିକୁ ପ୍ରୋତ୍ସାହିତ କରାଯିବ । ଓଡ଼ିଶାର ପ୍ରାକୃତିକ ଏବଂ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପାଇଁ ପରିବେଶ ଅନୁକୂଳ କାର୍ଯ୍ୟକ୍ରମ ଓ ଗୋଷ୍ଠୀ ପରିଚାଳିତ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ଟି ପ୍ରମୁଖ ସ୍ଥାନର ବିକାଶକୁ ପ୍ରାଥମିକତା ଦିଆଯିବ । 

ପର୍ଯ୍ୟଟନ ନୀତି ଅନୁଯାୟୀ ମାଷ୍ଟର୍‌ପ୍ଲାନ୍‌ ମୁତାବକ ଗନ୍ତବ୍ୟସ୍ଥଳଗୁଡ଼ିକର ସ୍ୱତନ୍ତ୍ର ପରିଚୟ ବିକଶିତ ଲାଗି ପରିବହନ ସଂଯୋଗ, ପରିଦର୍ଶକ ସୁବିଧା, ସୁରକ୍ଷା ସାଙ୍ଗକୁ ଉନ୍ନତ ଭିତ୍ତିଭୂମି, ପ୍ରତି ସ୍ଥାନର ପରିବେଶଗତ ସନ୍ତୁଳନ ଓ ସାଂସ୍କୃତିକ ପ୍ରାମାଣିକତାକୁ ରକ୍ଷା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏଥିପାଇଁ ବିଶ୍ୱସ୍ତରୀୟ ବ୍ରାଣ୍ଡିଂ ଅଭିଯାନ, ଅନ୍ତର୍ଜାତୀୟ ପର୍ଯ୍ୟଟନ ମେଳା ସାଙ୍ଗକୁ ଇ-ବୁକିଂ, ଭର୍ଚୁଆଲ୍‌ ଟୁର୍‌, ଡିଜିଟାଲ୍‌ ପେମେଣ୍ଟ୍‌ ସୁବିଧା, ପର୍ଯ୍ୟଟକଙ୍କୁ ଅନୁଭୂତି ଦେବା ପାଇଁ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ଏବଂ ମୋବାଇଲ୍‌ ଆପ୍ଲିକେସନ୍‌ ବିକଶିତ କରାଯିବ । ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାକୁ ଆକର୍ଷଣୀୟ ଭାବେ ପ୍ରଦର୍ଶନ ପାଇଁ ଟ୍ରାଭେଲ୍‌ ଇନ୍‌ଫ୍ଲୁଏନ୍ସର୍‌, ଫିଲ୍ମ ନିର୍ମାତା ଏବଂ ଅନ୍ତର୍ଜାତୀୟ ମିଡିଆଙ୍କୁ ଯୋଡ଼ାଯିବ ।  

ସାମର୍ଥ୍ୟ ବୃଦ୍ଧି ଏବଂ ଦକ୍ଷତା ବିକାଶ ପାଇଁ ସ୍ଥାନୀୟ ଲୋକଙ୍କ ଆତିଥ୍ୟ, ଖାଦ୍ୟ ଏବଂ ପାନୀୟ ସେବା, ପରିବହନ ଓ ଗାଇଡେଡ୍‌ ଟୁର୍‌ ଭଳି କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ଅତ୍ୟାଧୁନିକ ତାଲିମ୍‌ କେନ୍ଦ୍ର ପ୍ରତିଷ୍ଠା କରାଯିବ । ବିଶ୍ୱ ତଥା ଜାତୀୟସ୍ତରୀୟ ଅନୁଷ୍ଠାନଙ୍କର ସହାୟତାରେ ଉନ୍ନତ ତାଲିମ୍‌ ଦିଆଯିବ । ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ବହୁଭାଷୀ ଗାଇଡ୍‌ ଓ ବିଭିନ୍ନ ସେବା ପ୍ରଦାନକାରୀଙ୍କୁ ପ୍ରସ୍ତୁତ କରାଯିବ । ଘରୋଇ କ୍ଷେତ୍ରରେ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଜମି ଆବଣ୍ଟନ, ଟିକସ ଏବଂ ପୁଞ୍ଜି ରିହାତି ସହ ସ୍ୱତନ୍ତ୍ର ନିବେଶ ପ୍ୟାକେଜ୍‌ ପ୍ରଚଳନ ଲାଗି ଯୋଜନା ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.