ଭୁବନେଶ୍ବର, ୦୯/୧୨: ବନ୍ଦ ହେଲା ବିଧାନସଭା । ୧୮ କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହୋଇଛି ବିଧାନସଭା । ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଆଜି ୧୧ତମ କାର୍ଯ୍ୟ ଦିବସରେ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ଶୀତ ଅଧିବେଶନରେ ୨୯ଟି କାର୍ଯ୍ୟ ଦିବସ ହେବାର ଥିଲା । ମାତ୍ର ଏହା ପୂର୍ବରୁ ବିଧାନସଭା ବନ୍ଦ ହୋଇଛି ।
ସୂଚନା ଅନୁଯାୟୀ, ନଭେମ୍ବର ୨୭ରେ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା। ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିଥାନ୍ତା। ହେଲେ ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ସମୁଦାୟ ୧୧ କାର୍ଯ୍ୟ ଦିବସରେ ଗୃବ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା । ଏ ବର୍ଷ ଶୀତ ଅଧିବେଶନ ଓଡ଼ିଶା ପାଇଁ ଇତିହାସ ହୋଇ ରହିବ । ଐତିହାସିକ ଶୀତ ଆଧିବେଶନର ପ୍ରଥମ ଦିନରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଏହା ପରେ ଅପରାହ୍ଣରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହରେ ଅଭିଭାଷଣ ରଖିଥିଲେ । ଦ୍ୱିତୀୟ ଦିନରେ ଅର୍ଥାତ୍ ନଭେମ୍ବପ ୨୮ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଆଗତ କରିଥିଲେ । ଡିସେମ୍ବର ୪ରୁ ବିଭିନ୍ନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା। ଏହି ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ହୋଇଥିଲା । ତେବେ ୧୧ତମ କାର୍ଯ୍ୟ ଦିବସରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।...