ପ୍ରମୂଖ ଖବର
  • ଭାରତ ସମର୍ଥନରେ ବାହାରିଲା ଚୀନ୍, ଟ୍ରମ୍ପଙ୍କ ଟାରିଫକୁ ନେଇ ଆମେରିକା ଉପରେ ବର୍ଷିଲା
  • ||
  • କୁଜଙ୍ଗ କୋଠିଆସାହି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା , ହାଇଓ୍ବା ମାଡିଯିବାରୁ ବାପା-ଝିଅ ମୃତ
  • ||
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଓଡ଼ିଶାର ହସ୍ତତନ୍ତ କାଳଜୟୀ ସୌନ୍ଦର୍ଯ୍ୟ ଓ ପରମ୍ପରାର ନିଚ୍ଛକ ନିଦର୍ଶନ : ଧର୍ମେନ୍ଦ୍ର ପ୍ରଧାନ

Published By : Gurupada Nath | August 7, 2025 5:38 PM

ନୂଆଦିଲ୍ଲୀ,୭/୮ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ଜାତୀୟ ହସ୍ତତନ୍ତ ଦିବସ’ ଅବସରରେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ପିନ୍ଧି ସଂସଦ କାର୍ଯ୍ୟରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ସାଂସଦମାନଙ୍କ ସହ ଗର୍ବର ସହ ‘ଜାତୀୟ ହସ୍ତତନ୍ତ ଦିବସ’ ପାଳନ କରିବା ସହ ଓଡ଼ିଶା ସମେତ ବିବିଧ ହସ୍ତତନ୍ତ ଐତିହ୍ୟ ଉପରେ ଗର୍ବ କରିବା ସହ ବୁଣାକାରମାନଙ୍କୁ ସଶକ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ‘ଜାତୀୟ ହସ୍ତତନ୍ତ ଦିବସ’ର ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ହସ୍ତତନ୍ତ କାଳଜୟୀ ସୌନ୍ଦର୍ଯ୍ୟ ଏବଂ ପରମ୍ପରାକୁ ପ୍ରତିପାଦିତ କରୁଛି । ଏ ଗୁଡ଼ିକ କେବଳ ପୋଷାକ ନୁହେଁ ବରଂ ଓଡ଼ିଶାର ଭାବାବେଗର ଏକ ଅଂଶ ବିଶେଷ । ଆଜି ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶାର ସହଯୋଗୀ ତଥା ଦଳୀୟ ସାଂସଦମାନଙ୍କ ସହ ଓଡ଼ିଶାର ସମୃଦ୍ଧ ବୟନ ପରମ୍ପରାକୁ ଗର୍ବର ସହିତ ପାଳନ କରି ଆନନ୍ଦିତ । ପ୍ରତ୍ୟେକ ବୟନ ପରମ୍ପରା ; ସାଂସ୍କୃତିକ ଐତିହ୍ୟ, କାରିଗରୀ ଏବଂ କଳାକୃତିର ସମାହାର । ଆମର ବୁଣାକାରମାନେ ଦେଶର ବୟନ ଐତିହ୍ୟକୁ ସଂରକ୍ଷଣ ଦେବା ସହ ସେମାନଙ୍କର ଦକ୍ଷତା ଏବଂ ନବସୃଜନ ଆଧାରରେ ବୟନ କ୍ଷେତ୍ରକୁ ପରିବର୍ତ୍ତନ କରୁଛନ୍ତି । 

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଭାରତ ହେଉଛି ବିବିଧ ହସ୍ତତନ୍ତ ପରମ୍ପରାର ଗନ୍ତାଘର । କାଶ୍ମୀରରୁ କନ୍ୟାକୁମାରୀ ଏବଂ କଚ୍ଛରୁ କିବିଥୁ ପର୍ଯ୍ୟନ୍ତ ଆମର ପ୍ରତ୍ୟେକ ପୋଷାକ ଆମର ସାଂସ୍କୃତିକ ଐତିହ୍ୟ, ନୀତି ଏବଂ ବିବିଧତାର ଏକ ଜୀବନ୍ତ ପ୍ରମାଣ । ସମ୍ବଲପୁରୀରୁ ଇକତ; ଓଡ଼ିଶାର ହସ୍ତତନ୍ତ ପରମ୍ପରା ଏବଂ କାରିଗରୀର ଏକ ଭଣ୍ଡାର। ଆମର ଗୌରବମୟ ହସ୍ତତନ୍ତ ପରମ୍ପରାକୁ ଜୀବିତ ରଖିବା ପାଇଁ କାମ କରୁଥିବା କାରିଗର, କଳାକାର ଏବଂ ବୁଣାକାରମାନଙ୍କୁ ଧନ୍ୟବାଦ । ଆମେ ଆଜି ଏବଂ ପ୍ରତିଦିନ ଗର୍ବର ସହିତ ସର୍ବଦା ହସ୍ତତନ୍ତ ପିନ୍ଧିବା ଏବଂ ପ୍ରତ୍ୟେକ ସୂତାରେ ଜୀବନ ଦେଉଥିବା କାରିଗରମାନଙ୍କୁ ସଶକ୍ତ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.