ଭୁବନେଶ୍ୱର ୦୯/୦୨: ମହାଶିବରାତ୍ରି ଚଳିତ ବର୍ଷ ଫେବୃଆରୀ ୧୫ ତାରିଖରେ ପାଳିତ ହେଉଛି । ଏହି ବିଶେଷ ଦିନରେ ଶିବଲିଙ୍ଗରେ ବିଶେଷ ସାମଗ୍ରୀ ଅର୍ପଣ କରିବା କେବଳ ଏକ ପରମ୍ପରା ନୁହେଁ ବରଂ ଏହା ପ୍ରଦାନ କରିଥାଏ ଆଧ୍ୟାତ୍ମିକ ଏବଂ ଧାର୍ମିକ ଲାଭ । ଆସନ୍ତୁ ଜାଣିବା ଏ ସମ୍ପର୍କରେ ....

ମହାଶିବରାତ୍ରିରେ ଶିବଲିଙ୍ଗରେ ଗୋଟା ମୁଗ ଅର୍ପଣ କରନ୍ତୁ । ମୁଗ ଡାଲି ଅର୍ପଣ କରିବା ଦ୍ୱାରା ଘରେ ସୁଖ, ଶାନ୍ତି, ସ୍ୱାସ୍ଥ୍ୟ ଓ ଆର୍ଥିକ ସମୃଦ୍ଧି ବୃଦ୍ଧି ପାଏ । ଏହା ପାପର ବିନାଶ ଏବଂ ମୋକ୍ଷ ପ୍ରାପ୍ତିରେ ମଧ୍ୟ ସାହାଯ୍ୟ କରେ । ଶିବଲିଙ୍ଗରେ ମୁଗ ଡାଲି ଅର୍ପଣ କରିବା ଦ୍ୱାରା ବିଶ୍ୱାସ ଦୃଢ଼ ହେବା ସହ ଭଗବାନ୍ ଶିବଙ୍କ ଆଶୀର୍ବାଦ ମିଳିଥାଏ । ଏହା ମନକୁ ଶାନ୍ତ କରିବା ସହିତ ଜୀବନରେ ସକାରାତ୍ମକ ଶକ୍ତି ମଧ୍ୟ ଆଣିଥାଏ । ଶିବ ମହାପୁରାଣରେ ବର୍ଣ୍ଣନା ଅଛି ଯେ, ଏକ ଲକ୍ଷ ଗୋଟା ମୁଗ ଅର୍ପଣ କରିବା ଦ୍ୱାରା ମହାଦେବ ସୁଖ ପ୍ରଦାନ କରଥାନ୍ତି । ଏହି ଦିନ ହଳଦିଆ ସୋରିଷରେ ଶିବ ପୂଜା ଅତ୍ୟନ୍ତ ଫଳଦାୟୀ । ଶିବଲିଙ୍ଗରେ ଅର୍ପଣ କରିବା ଦ୍ୱାରା ବାୟୁମଣ୍ଡଳ ଶୁଦ୍ଧ ହୁଏ ଏବଂ ସକାରାତ୍ମକ ଶକ୍ତି ବଜାୟ ରହେ । କୁଦୃଷ୍ଟିକୁ ଦୂର କରିବା, ଶତ୍ରୁ ବିନାଶ, ବୃହସ୍ପତି ଗ୍ରହର କୁପ୍ରଭାବକୁ ଦୂର କରିବା ସହ ଆର୍ଥିକ ସମୃଦ୍ଧିର ସମ୍ଭାବନା ବଢ଼ିଥାଏ । ଏକ ଲକ୍ଷ ସୋରିଷ ଅର୍ପଣ କରିବା ଦ୍ୱାରା ଦେବଦେବ ମହାଦେବ ପ୍ରସନ୍ନ ହୁଅନ୍ତି । ସୋରିଷ ସହିତ ଚାଉଳ ଅର୍ପଣ କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ ।