ଭୁବନେଶ୍ୱର ୧୧/୦୫: ଭକ୍ତଙ୍କ ଗଡ଼ରେ ମୋକିମ୍ଙ୍କ ରଣହୁଙ୍କାର । ଆଜି କଳାହାଣ୍ଡି ଭବାନୀପାଟଣାର କ୍ରିଷ୍ଣା ନଗର ଠାରେ ଓଡିଶା ଜନତା କଂଗ୍ରେସ ଜନସମାବେଶ । ପିସିସି ମୁଖିଆ ଭକ୍ତ ଦାସଙ୍କ ଗଡରେ ଜନତା କଂଗ୍ରେସ ସଭାପତି ମୋକିମ ପ୍ରଥମ ଦଳୀୟ ସମାବେଶ କରୁଛନ୍ତି । ଏଥିପାଇଁ ସହର ସାରା ଜନତା କଂଗ୍ରେସର ପୋଷ୍ଟର ଓ ବ୍ୟାନର ଛାଇ ଯାଇଛି । ଭକ୍ତଙ୍କ ଗଡ଼ରେ କାର୍ଯ୍ୟକ୍ରମ ହେଉଥିବାରୁ ମୋକିମଙ୍କ ପାଇଁ ଏହି କାର୍ଯ୍ୟକ୍ରମକୁ ପ୍ରଭାବୀ ଢ଼ଙ୍ଗରେ କରିବା ବଡ଼ ଚାଲେଞ୍ଜ ରହିଛି । ତେଣୁ ଆଜିର ସମାବେଶରେ ବିଜେଡି ,କଂଗ୍ରେସର କିଛି ସ୍ଥାନୀୟ ନେତା ଜନତା କଂଗ୍ରେସରେ ସାମିଲ ହୋଇଛନ୍ତି ।
ଏପଟେ ଭବାନୀପାଟଣା ସଦର ବ୍ଲକ ଗ୍ରାମାଞ୍ଚଳରେ ତୁର୍କେଲ ବ୍ରିଜ ପ୍ରସଙ୍ଗକୁ ନେଇ କଂଗ୍ରେସ ଭବାନୀପାଟଣା ବ୍ଲକ ବନ୍ଦ ଡ଼ାକରା ଦେଇଛି। ସେତୁ ନିର୍ମାଣ ପାଇଁ ଆଜକୁ ୧୫ ଦିନ ହେଲା ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛି କଂଗ୍ରେସ l ସରକାର ଦାବି ଶୁଣୁ ନଥିବାରୁ ବନ୍ଦ ଡାକରା ଦିଆଯାଇଛି l ଗୋଟିଏ ପଟେ ଭବାନୀପାଟଣା ଠାରେ ଓଡିଶା ଜନତା କଂଗ୍ରେସର ସମାବେଶ l ଅନ୍ୟପଟେ ଓଡ଼ିଶା ଜନତା କଂଗ୍ରେସର ସମାବେଶ l ଏହାକୁ ନେଇ ରାଜନୀତି ସରଗରମ ହୋଇଛି l