ପ୍ରମୂଖ ଖବର
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ଭୁଶୁଡିଲା କାନ୍ଥ, ଚାପି ହୋଇ ଚାଲିଗଲା ବୃଦ୍ଧାଙ୍କ ଜୀବନ

Published By : Prameya | April 27, 2025 5:45 PM

ନବରଙ୍ଗପୁର,୨୭।୪ : ଭୁଶୁଡିଲା କାନ୍ଥ।  କାନ୍ଥ ତଳେ ଚାପି ହୋଇ ଚାଲିଗଲା ବୃଦ୍ଧାଙ୍କ ଜୀବନ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗି ସଲପା ଗାଁରେ ଘଟିଛି ଘଟଣା।  ମୃତ ବୃଦ୍ଧା ଜଣକ ହେଲେ ଯମୁନା ବିଷୋୟୀ ।  

ଦିଗିସଲପା ଗ୍ରାମର ଯମୁନା ବିଷୋୟୀ ନିଜ ଘରେ କାମ କରୁଥିଲେ। ହଠାତ  ତାଙ୍କ ଉପରେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଯମୁନା କିଛି ବୁଝିବା ଆଗରୁ କାନ୍ଥ ତଳେ ଚାପି ହେଇ ଘଟଣା ସ୍ଥଳରେ ହିଁ  ତାଙ୍କର  ମୃତ୍ୟୁ ଘଟିଥିଲା । ଯମୁନାଙ୍କ ସ୍ୱାମୀ ପୂର୍ବରୁ ମୃତ୍ୟୁବରଣ କରିଥିବା ବେଳେ ଦୁଇ ଝିଅ ବିବାହ କରିସାରିଛନ୍ତି । ତେବେ ଯମୁନାଙ୍କର ଇନ୍ଦିରା ଆବାସ ଘର ରହିଛି।  ସେ ସେହି ଇନ୍ଦିରା ଆବାସ ଘରେ ନ ରହି ଏହି ପରିତ୍ୟକ୍ତ ଘରେ ରହୁଥିଲେ ।  ଉକ୍ତ ଘରର କାନ୍ଥ  ଯମୁନାଙ୍କ ଉପରେ ଭୁଶୁଡ଼ି ପଡିଥିଲା  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.