ନବରଙ୍ଗପୁର,୨୭।୪ : ଭୁଶୁଡିଲା କାନ୍ଥ।  କାନ୍ଥ ତଳେ ଚାପି ହୋଇ ଚାଲିଗଲା ବୃଦ୍ଧାଙ୍କ ଜୀବନ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗି ସଲପା ଗାଁରେ ଘଟିଛି ଘଟଣା।  ମୃତ ବୃଦ୍ଧା ଜଣକ ହେଲେ ଯମୁନା ବିଷୋୟୀ ।  

ଦିଗିସଲପା ଗ୍ରାମର ଯମୁନା ବିଷୋୟୀ ନିଜ ଘରେ କାମ କରୁଥିଲେ। ହଠାତ  ତାଙ୍କ ଉପରେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଯମୁନା କିଛି ବୁଝିବା ଆଗରୁ କାନ୍ଥ ତଳେ ଚାପି ହେଇ ଘଟଣା ସ୍ଥଳରେ ହିଁ  ତାଙ୍କର  ମୃତ୍ୟୁ ଘଟିଥିଲା । ଯମୁନାଙ୍କ ସ୍ୱାମୀ ପୂର୍ବରୁ ମୃତ୍ୟୁବରଣ କରିଥିବା ବେଳେ ଦୁଇ ଝିଅ ବିବାହ କରିସାରିଛନ୍ତି । ତେବେ ଯମୁନାଙ୍କର ଇନ୍ଦିରା ଆବାସ ଘର ରହିଛି।  ସେ ସେହି ଇନ୍ଦିରା ଆବାସ ଘରେ ନ ରହି ଏହି ପରିତ୍ୟକ୍ତ ଘରେ ରହୁଥିଲେ ।  ଉକ୍ତ ଘରର କାନ୍ଥ  ଯମୁନାଙ୍କ ଉପରେ ଭୁଶୁଡ଼ି ପଡିଥିଲା  ।