ମହାବିରୋଡ଼,୧୦/୬: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କେରଜୁଳି ପଞ୍ଚାୟତ ଅନ୍ତର୍ଗତ ମାଧମୁଣ୍ଡା ଗ୍ରାମ ନିକଟ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ମାଧମୁଣ୍ଡା ଗ୍ରାମର ରବି ମହାନ୍ତ (୬୨) ।
ରବି ସୋମବାର ଅପରାହ୍ନ ୩ ଟା ପାଖାପାଖି ଘରୁ କେଉଁ ଆଡେ ଯାଇଥିଲେ। ପରିବାର ଲୋକମାନେ ଖୋଜାଖୋଜି କରି ପାଇ ନଥିଲେ । ମଙ୍ଗଳବାର ସକାଳ ସମୟରେ ଗ୍ରାମ ପାଖ ଜଙ୍ଗଲରେ ଏକ ମହୁଲ ଗଛରେ ରବିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। କେଉଁ କାରଣରୁ ଘଟଣା ଘଟିଛି ଅସ୍ପଷ୍ଟ ଥିଲା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ପୁଲିସ ତଦନ୍ତ କରୁଛି। ମୃତକଙ୍କ ପୁଅ ରାଜୁ ମହାନ୍ତ ଅଭିଯୋଗ କ୍ରମେ ପୁଲିସ ତଦନ୍ତ ଚଳାଇଛି। ଏ ସଂକ୍ରାନ୍ତରେ ତଦନ୍ତ କରୁଥିବା ଅଧିକାରୀ ବୈଦେହୀ ନାୟକ କହିଛନ୍ତି, ଶବ ବ୍ୟବଚ୍ଛେଦ ତଥ୍ୟ ଆସିଲା ପରେ ଘଟଣାର ସତ୍ୟତା ଜଣାପଡିବ। ଏହାପରେ କେହି ଯଦି ସମ୍ପୃକ୍ତି ଥିବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।