କୁତ୍ରା,୦୮/୧୦: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ କଟଙ୍ଗ ଗ୍ରାମର ଚୌକିଦାର ପଡାରେ ମହୁମାଛି ଆକ୍ରମଣରେ ଜଣେ ୬୮ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ଣା ଅଞ୍ଚଳର ଲିଓନାର୍ଡ ଡୁଙ୍ଗଡୁଙ୍ଗ ।
ସୂଚନା ମୁତାବକ, ବୁଧବାର ସକାଳ ୮ଟା ପାଖାପାଖି ବୃଦ୍ଧ ଜଣକ ଗାଁ ରାସ୍ତାରେ ଘରକୁ ଯାଉଥିଲ । ଏହି ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ରାସ୍ତା କଡରୁ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାଜଗାଙ୍ଗପୁର ସିଏଚସିକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି