ଜହ୍ନlପଙ୍କ, ୧୯/୮: ବୌଦ୍ଧ ବ୍ଲକ ବାଉଁଶୁଣୀ ଥାନା ବ୍ରାମ୍ହଣୀପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଡ଼ାପାଲ ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ବୃଦ୍ଧ ଜଣକ ହେଲେ ବିଶିକେଶନ ମହାନନ୍ଦିଆ।
ଜଡାପାଲ ଗ୍ରାମର ବିଶିକେଶନ ମହାନନ୍ଦିଆ ନିଜ ଘରେ ଲାଗିଥିବା ବିଦ୍ୟୁତ ପାଣି ପମ୍ପ ଲଗାଇବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ | ପରିବାର ଲୋକେ ତାଙ୍କୁ ବୌଦ୍ଧ ଡାକ୍ତରଖାନା ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି | ଖବର ପାଇ ବାଉଁଶୁଣୀ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି l