ପ୍ରମୂଖ ଖବର
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଧାନ ବିଲକୁ ଯାଇଥିବା ବେଳେ ଅଘଟଣ, ବାର୍‌ହା ପାଇଁ ପଡ଼ିଥିବା ବିଦ୍ୟୁତ ଜାଲରେ ଫସି ବୃଦ୍ଧଙ୍କ ମୃତ୍ୟୁ

Published By : Harapriya Sethi | May 17, 2025 10:30 AM

କଟକ, ୧୭/୦୫: ଧାନ ବିଲକୁ ଯାଉଥିବା ବେଳେ ବିଦ୍ୟୁତ ତାର ଲାଗି ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ କୁଶପଙ୍ଗୀ ଗ୍ରାମର ହରିଜନ ସାହିର ଗନ୍ଧର୍ବ ଘଡେ଼ଇ (୬୦)। ବାର୍‌ହା ପାଇଁ ପଡ଼ିଥିବା ବିଦ୍ୟୁତ ଜାଲରେ ପଡି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର କୁଶପଙ୍ଗୀ ଗ୍ରାମରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ସବୁଦିନ ପରି ଶନିବାର ଭୋର ସମୟରେ ଗନ୍ଧର୍ବ ଗହିରରେ ଥିବା ନିଜ ଧାନ ବିଲକୁ ଦେଖିବା ପାଇଁ ଯାଇଥିଲେ । ତାଙ୍କ ଧାନ ବିଲ ପୂର୍ବରୁ ରହିଥିବା ଆଉ ଏକ ବିଲ ପାଖରେ ବିଦ୍ୟୁତ୍ ତାର ପଡ଼ିଥିବା ସେ ଦେଖିନଥିଲେ । ବିଲ ହୁଡାରେ ଗୋଡ ଖସିଯିବାରୁ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ତାଙ୍କ ସହ ଆଉ କେହି ନଥିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ସକାଳୁ ଗ୍ରାମର ଅନ୍ୟଲୋକ ବିଲକୁ ଯିବାବେଳେ ଗନ୍ଧର୍ବଙ୍କ ମୃତଦେହ ଦେଖି ପୋଲିସ ଏବଂ ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ବିଦ୍ୟୁତ ବିଭାଗ ଅଧିକାରୀ ଏବଂ ବାଙ୍କୀ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । କିନ୍ତୁ ପୋଲିସ ପ୍ରଶାସନ ଆସିବା ବିଳମ୍ବ ହେବାରୁ ହରିଜନ ସାହି ବାସିନ୍ଦା ପାଖା ପାଖି ଏକ ଘଣ୍ଟା କାଳ ବାଙ୍କୀ କଟକ ମୁଖ୍ୟ ରାସ୍ତା ବନ୍ଦ କରିଥିଲେ । ଘଟଣା ସ୍ଥଳରେ ଡମପଡା ତହସିଲଦାର ବୈଶାଖୀ ଲେଙ୍କା, ଉପଖଣ୍ଡ ବିଦ୍ୟୁତ ବିଭାଗ ଅଧିକାରୀ ସୌମ୍ୟରଂଜନ ମହାପାତ୍ର ଓ ବାଙ୍କୀ ଥାନା ଅଧିକାରୀ ଦିଲୀପ କୁମାର ମର୍ଦ୍ଦରାଜ ଭୂୟାଁ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.