ନମୌଜା, ୬।୮: କେନ୍ଦ୍ରାପଡ଼ା ଆଳି ଥାନା ସଂସିଧା ପଞ୍ଚାୟତ ଠାକୁରପାଟଣା ଗାଁରେ ଅଘଟଣ । ଜଣେ ବୃଦ୍ଧ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି l ସୂଚନାନୁସାରେ, ଆଳି ଥାନା ଠାକୁରପାଟଣା ଗ୍ରାମର ୭୫ ବର୍ଷୀୟ ନିରାକାର ସାହୁ ଆଜକୁ ୩ ଦିନ ହେବ ନିଖୋଜ ଥିଲେ । ଯାହା ପରେ ନିରାକାରଙ୍କ ପୁଅ ପୀତବାସ ୪ ତାରିଖରେ ଆଳି ଥାନାରେ ଏତଲା ଦେଇଥିଲେ l କିନ୍ତୁ, ବୁଧବାର ସକାଳୁ ଗାଁର ଏକ ପୋଖରୀରୁ ନିରାକାରଙ୍କ ମୃତଦେହ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ l ଶବ ବ୍ୟବଚ୍ଛେଦ ପାଇଁ ତାଙ୍କ ମୃତଦେହକୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି l