ଖଲ୍ଲିକୋଟ ,୩୦/୦୭: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ମଥୁରା ଗାଁରେ ଅଘଟଣ । ଖଜୁରୀ ଘାଇ ବନ୍ଧରେ ବୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ଜଣକ ମଥୁରା ଗାଁର ୬୮ ବର୍ଷୀୟା ହେମ ସାହୁ ।
ସୂଚନା ଅନୁଯାୟୀ, ହେମ ବୁଧବାର ଭୋରରୁ ଘରେ ସମସ୍ତେ ଶୋଇଥିବା ବେଳେ ଖଜୁରୀ ଘାଇ ବନ୍ଧକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଅସାବଧାନତା ଯୋଗୁ ପାଣିରେ ବୁଡି ଯାଇଥିଲେ । ସକାଳୁ ପାଣିରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକ ୧୧୨ ଜରୁରୀକାଳୀନ ସେବାକୁ ଯୋଗାଯୋଗ କରିଥିଲେ । ଖବର ପାଇ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି । ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୁଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଖଲ୍ଲିକୋଟ ମେଡିକାଲକୁ ପଠାଇଛି ।