ପ୍ରମୂଖ ଖବର
  • ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ, ସମ୍ବଲପୁର ଅଧିଷ୍ଠାତ୍ରୀ ମା ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ
  • ||
  • ଆସନ୍ତା ୩୦ରୁ ଭିତରକନିକାରେ ପକ୍ଷୀ ଗଣନା, ପ୍ରତି ଦଳରେ ୭ ଜଣ ସାମିଲ ହେବେ
  • ||
  • କନ୍ଧମାଳ: ଦୋକାନ ଭିତରକୁ ମାଡ଼ିଗଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ
  • ||
  • LOC ନିକଟ ଗୁରେଜ ସେକ୍ଟରରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ
  • ||
  • ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଗାଁ ଖୁଇଲ୍‌ ଗହଗହ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୩୦ ଯାଏ ବିକ୍ଷିପ୍ତ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଆଲର୍ଟ
  • ||

ଆବାସ ସ୍ୱପ୍ନ ଅଧୁରା; ଜରିପାଲ ଟଣା ଘରେ ଦୁର୍ଦ୍ଦିନରେ କଟୁଛି ଜୀବନ, ଗୁହାରି କଲେ ବି ଶୁଣୁନି ପ୍ରଶାସନ

Published By : Harapriya Sethi | August 28, 2025 1:40 PM

ଫିରିଙ୍ଗିଆ,୨୮/୦୮: ରାଜ୍ୟ ଓ କେନ୍ଦ୍ର ସରକାର ଅସହାୟ ଗରିବଙ୍କୁ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେଉଛନ୍ତି । ମାତ୍ର ଆବାସ ଗୃହ ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚି ପାରୁନି । ଅଯୋଗ୍ୟ ହିତାଧିକାରୀ ଆବାସ ଗୃହ ହାତଉ ଥିବା ବେଳେ ଯୋଗ୍ୟ ଆବାସ ହିତାଧିକାରୀ ଯୋଜନାରୁ ବାଦ୍ ପଡ଼ୁଛନ୍ତି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ରତଙ୍ଗ ପଞ୍ଚାୟତର ୨ ନମ୍ବର ୱାର୍ଡରେ ଅସହାୟ ବିଧବା ଋତୁ ଦିଗାଲଙ୍କୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳିପାରିନାହିଁ l ଯୋଗ୍ୟ ହତାଧିକାରୀ ହୋଇଥିଲେ ମଧ୍ୟରେ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ବାରମ୍ବାର ପଞ୍ଚାଯତ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିଛନ୍ତି । ହେଲେ ଜଣେ ବି ଅଧିକାରୀ ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି । 

କେବଳ ଅବାସ ଘର ନୁହେଁ, ଋତୁ ଦିଗାଲ ବୟସ ଅନୁଯାୟୀ ମଧୁବାବୁ ପେନସନ ଯୋଜନାରେ ସରକାରୀ ନିୟମ ଅନୁଯାୟୀ ଭତ୍ତା ପାଇବାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି । ତାଙ୍କର ବୟସ ବର୍ତ୍ତମାନ ୮୦ ବର୍ଷରୁ ଅଧିକ ହେବ  । ହେଲେ ବୟସ ପ୍ରମାଣପତ୍ର ଠିକ୍ ନଥିବାରୁ ମାସକୁ ଏକ ହଜାର ଟଙ୍କା ଭତ୍ତା ପାଉଛନ୍ତି ।। ୩୦ ବର୍ଷ ତଳେ ସ୍ୱାମୀ ମାର୍କଣ୍ଡ ଦିଗାଲଙ୍କ ଦେହାନ୍ତ ହେବା ପରେ ୨ ପୁଅକୁ ନେଇ ରହୁଥିଲେ । କିନ୍ତୁ ସାନ ପୁଅ ମାଆକୁ ଛାଡି ଦୀର୍ଘ ବର୍ଷ ପୂର୍ବରୁ ଭୁବନେଶ୍ୱରରେ ରହି କୁଲି କାମ କରି ଚଳୁଛନ୍ତି । ବଡ଼ ପୁଅ ମେଡିକାଲରେ ଅସହାୟ ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି । ତେଣୁ ଭଙ୍ଗା ଦଦରା ଘରେ ବଡ଼ ନାତିକୁ ଧରି ବଡ଼ କଷ୍ଟରେ ରହୁଥିଲେ ଋତୁ ଦିଗାଲ୍ । ମାତ୍ର ଗତ ଶନିବାର ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି । ଏବେ ଚାରିଆଡେ ଖୋଲାମେଲା । ଚାଳ ଛପର ଛାତରେ ଚିରା ପଲିଥିନ ଟଣା ହୋଇଛି । ଗୋଟିଏ ପଟେ କାନ୍ଥ ନାହିଁ 

କାନ୍ଥ ଭୁଶୁଡିପଡିବା ପରେ ସରକାରଙ୍କ ତରଫରୁ ପାଲ ଖଣ୍ଡିଏ ବି ମଧ୍ୟ ମିଳି ପାରିନାହିଁ l ଘର ଖଣ୍ଡେ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ୍ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ଭେଟି ବାରମ୍ବାର ଲିଖିତ ଆବେଦନ ଦେଇଥିଲେ । ହେଲେ କୌଣସି ସୁଫଳ ମିଳିନଥିବା କହିଛନ୍ତି ଋତୁ ଦିଗାଲ । ତୁରନ୍ତ ଅସହାୟ ପରିବାରକୁ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇଦେବାକୁ ଋତୁ ଦିଗାଲ କହିଥିବା ବେଳେ ଡାଙ୍ଗେଡ଼ି କିଆ ଓ ବର ସାହି ଅଞ୍ଚଳବାସୀ ମଧ୍ୟ ତୁରନ୍ତ ଘର ଖଣ୍ଡିଏ ଯୋଗାଇ ଦେବାକୁ ଦାବି କରିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.