ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଶୋଇଥିବା ବେଳେ କାମୁଡ଼ିଲା ସାପ, ଚାଲିଗଲା ବୃଦ୍ଧାଙ୍କ ଜୀବନ

Published By : Harapriya Sethi | November 10, 2024 2:13 PM

ବୌଦ୍ଧ,୧୦/୧୧: ରାତିରେ ଶୋଇଥିବା ବେଳେ ଅଘଟଣ । ଚିତି ସାପ କାମୁଡ଼ାରେ ପ୍ରାଣ ହରାଇଲେ ବୃଦ୍ଧା । ମୃତକ ବଗିଚାସାହିର ପଦ୍ମିନୀ ଶତପଥୀ ବୋଲି ଜଣାପଡ଼ିଛି । ବୌଦ୍ଧ ଜିଲ୍ଲା ବଗିଚାସାହି ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ବୃଦ୍ଧା ଜଣକ ରାତ୍ରି ଭୋଜନ ସାରି ଘରେ ଶୋଇଥିଲେ । ଶୋଇଥିବା ବେଳେ ବିଳମ୍ୱିତ ରାତିରେ ଏକ ଚିତି ସାପ ବୃଦ୍ଧାଙ୍କୁ କାମୁଡ଼ି ଦେଇଥିଲା । ସେ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ଚିତ୍କାର ଶୁଣି ବୃଦ୍ଧାଙ୍କ ପରିବାର ଲୋକେ ଦୌଡ଼ି ଆସିଥିଲେ । ବୃଦ୍ଧା ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବାର ଦେଖି ତୁରନ୍ତ ଏକ ଆମ୍ୱୁଲାନ୍ସକୁ କଲ୍‌ କରି ଡାକିଥିଲେ । କିଛି ସମୟ ମଧ୍ୟରେ ଆମ୍ୱୁଲାନ୍ସଟି ଆସି ଘଟଣାସ୍ଥଳରେ ପହଞ୍ଚି ଥିଲା । ଉକ୍ତ ଆମ୍ୱୁଲାନ୍ସ ଯୋଗେ ବୃଦ୍ଧାକୁ ତାଙ୍କ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.