ଭୁବନେଶ୍ୱର,୨୪/୦୭: ଖୁବଶୀଘ୍ର ହାତକୁ ଦୁଇ ହାତ ହେବେ ଓଲିଉଡ ଅଭିନେତା ସ୍ୱରାଜ ବାରିକ । ସରିଲା ସ୍ୱରାଜଙ୍କ ନିର୍ବନ୍ଧ । ନିଜ ଭାବିପତ୍ନୀଙ୍କଙ୍କ ସହ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଦେଇଛନ୍ତି । ସୋସିଆଲ ମିଡିଆରେ ସ୍ୱରାଜଙ୍କ ନିର୍ବନ୍ଧ ବେଳର ଫଟୋ ଆସିଲା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ଫ୍ୟାନ୍ସଙ୍କୁ ସରପ୍ରାଇଜ କରିଛି ଲୋକପ୍ରିୟ ଅଭିନେତା ସ୍ୱରାଜ ବାରିକଙ୍କ ନିର୍ବନ୍ଧ । ସୋସିଆଲ ମିଡିଆରେ (ଜୁଲାଇ ୨୨, ବୁଧବାର) ଫଟୋ ସେୟାର କରି ସ୍ୱରାଜ ଦେଇଥିବା ଏହି ଖୁସି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସେଲିବ୍ରିଟି ସମେତ ଫ୍ୟାନ୍ସ ଯୋଡିଙ୍କୁ ଶୁଭକାମନା ଜଣାଇଛନ୍ତି ।

ସ୍ୱରାଜ ନିଜ ଇନଷ୍ଟାଗ୍ରାମରେ ନିର୍ବନ୍ଧର ଫଟୋ ସେୟାର କରିଛନ୍ତି । କ୍ୟାପସନରେ ଲେଖିଛନ୍ତି, ''୨୨.୦୭.୨୦୨୬ । ନିର୍ବନ୍ଧ ସରିଲା ।'' ସେ ସେୟାର କରିଥିବା ଫଟୋରେ ତାଙ୍କ ସାଥୀଙ୍କ ଚେହାରା ଦେଖାଇନାହାନ୍ତି । ପ୍ରଥମ ଫଟୋରେ ସେ ତାଙ୍କ ସାଥୀଙ୍କ ହାତ ଧରିଥିବା ନଜର ଆସିଛନ୍ତି । ଦ୍ୱିତୀୟ ଫଟୋରେ ସେ ତାଙ୍କୁ ଚାହୁଁଥିବା ନଜର ଆସିଛନ୍ତି । ତୃତୀୟ ଫଟୋରେ ସ୍ୱରାଜ ତାଙ୍କୁ ପାଉଁଜି ପିନ୍ଧାଉଥିବାର ଏବଂ ଚତୁର୍ଥରେ ସେ ତାଙ୍କ ହାତ ଧରିଥିବାର ନଜର ଆସିଛନ୍ତି । ସମସ୍ତ ଫଟୋରେ ସ୍ୱରାଜ ନଜର ଆସିଥିବା ବେଳେ ତାଙ୍କ ସାଥୀଙ୍କ ମୁହଁ ଦେଖାଇନାହାନ୍ତି । 

କିଏ ସ୍ୱରାଜଙ୍କ ଜୀବନସାଥୀ ହେବାକୁ ଯାଉଛନ୍ତି ତାହା ଜଣାପଡିନାହିଁ । ତାଙ୍କୁ ଜାଣିବାକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ପୂର୍ବରୁ ଅଭିନେତ୍ରୀ ଭୂମିକା ଦାଶଙ୍କ ସହ ତାଙ୍କ ନା ଯୋଡା ଯାଉଥିଲା । କିନ୍ତୁ ଏବେ ସ୍ୱରାଜ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଭୂମିକା ଦାଶ ସ୍ୱରାଜଙ୍କ ଫଟୋରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ''ଶେଷରେ, ତୁମ ପାଇଁ ବହୁତ ଖୁସି । ଶେଷ ପର୍ଯ୍ୟନ୍ତ ନାଚିବାକୁ ଅପେକ୍ଷା କରିପାରୁନାହିଁ ।'' 

ଏହା ବି ପଢନ୍ତୁ...Vaani Kapoor Sarvagunn Sampann: ଅପେକ୍ଷାରେ ପଡିବ ପୂର୍ଣ୍ଣଛେଦ, ଓଟିଟିରେ ରିଲିଜ୍ ବାନିଙ୍କ ‘ସର୍ବଗୁନ୍ ସମ୍ପନ୍ନ’

\

ସ୍ୱରାଜ ବାରିକଙ୍କ ଅଭିନୟ କ୍ୟାରିୟର ବାବଦରେ କହିବାକୁ ଗଲେ, ସେ ଓଲିଉଡର ଜଣେ ଜମାଶୁଣା ଅଭିନେତା । ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ସ୍ୱରାଜ ୩ ବର୍ଷ ବୟସରୁ ଓଡ଼ିଆ ସିରିଏଲ୍ 'ସମ୍ପର୍କ'ରୁ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ପରେ ପରେ ସେ ପହିଲି ରଜ, ସମୟ ହାତରେ ଡୋରି, ହିରୋ, ଆକାଶେ କି ରଙ୍ଗ ଲାଗିଲା, ପାଗଳ ପ୍ରେମୀ, ସୁନା ଚଢ଼େଇ ମୋ ରୂପା ଚଢ଼େଇ ପରି ୧୯ଟି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୭ ମସିହାରେ 'ତୁ ମୋ ଲଭ୍ ଷ୍ଟୋରୀ' ଚଳଚ୍ଚିତ୍ର ଜରିଆରେ ଓଲିଉଡ ଜଗତରେ ଡେବ୍ୟୁ କରିଥିଲେ । ଖୁବଶୀଘ୍ର ସେ 'ସ୍ୱାଗରାଜା' ଫିଲ୍ମରେ ନଜର ଆସିବେ ବୋଲି ଜଣାପଡିଛି ।

ଏହା ବି ପଢନ୍ତୁ...TV industry drug party : ଟିଭି କଳାକାରଙ୍କ ପାର୍ଟିରେ ଜମୁଛି ଡ୍ରଗ୍ସର ଆସର, ନାରାୟଣୀ ଶାସ୍ତ୍ରୀଙ୍କ ବଡ଼ ଖୁଲାସା, କହିଲେ ମୁଁ ବି...