ନୂଆଦିଲ୍ଲୀ, ୨୪/୦୭ : ଟେଲିଭିଜନ ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀ ନାରାୟଣୀ ଶାସ୍ତ୍ରୀଙ୍କ ବଡ଼ ଖୁଲାସା। ଟିଭି କଳାକାରଙ୍କ ପାର୍ଟିରେ ଜମେ ଡ୍ରଗ୍ସର ଆସର। ସେ ମଧ୍ୟ ନିଜେ ଡ୍ରଗ୍ସ ନେଇଛନ୍ତି। ହେଲେ ଏହା କେମିତି ଲାଗେ ତାହା ଜାଣିବାକୁ ଥରେ ଡ୍ରଗ୍ସ ନେଇଛନ୍ତି। ପାର୍ଟିର ଚାକଚକ୍ୟ ପଛରେ କଳା ସତ ଜାଣିବା ପରେ ସେ ଆଉ ପାର୍ଟି କରିବା ଛାଡ଼ି ଦେଇଛନ୍ତି। ସିଦ୍ଧାର୍ଥ କନ୍ନଙ୍କୁ ସାକ୍ଷାତକାର ଦେବା ବେଳେ ସେ ଏହି ଖୁଲାସା କରିଛନ୍ତି। ନାରାୟଣୀ କହିଛନ୍ତି ଯେ, ପୂର୍ବରୁ ଟିଭି ଇଣ୍ଡଷ୍ଟ୍ରିର ପାର୍ଟିରେ ମଦର ଆସର ଜମୁଥିଲା। ହେଲେ ଏବେ ସମୟ ବଦଳିବା ସହ ସେଲିବ୍ରେଟିଙ୍କ ଟେଷ୍ଟ ବଦଳିଛି। ଏବେ ଟିଭି କଳାକାରଙ୍କ ପାର୍ଟିରେ ଡ୍ୟାନ୍ସ ଠୁ ଅଧିକ ଡ୍ରଗ୍ସର ଆସର ଜମୁଛି।
ନାରାୟଣୀ କହିଛନ୍ତି ଯେ, ପାର୍ଟିରେ ଡ୍ରଗ୍ସ ନିଆଯାଉଥିବା ମୁଁ ମୋ ନିଜ ଆଖିରେ ଦେଖିଛି। କୋକେନ ଏବଂ ଏମଡିଏମଏ ଭଳି ନିଶା ବ୍ୟବହାର କରାଯାଉଛି। ମୁଁ ମଧ୍ୟ ଥରେ ଡ୍ରଗ୍ସ ନେଇଛି, ହେଲେ କେବଳ ଏକ୍ସପେରିମେଣ୍ଟ କରିବା ପାଇଁ। ଏହା କି ପ୍ରଭାବ ପକାଏ ଜାଣିବା ପାଇଁ। ସେ ମଦର ଟେଷ୍ଟ ଜାଣିବା ପାଇଁ ମଧ୍ୟ ମଦ ପିଇଛନ୍ତି।
ନାରାୟଣୀ ଆହୁରି ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ବେଳେବେଳେ କଳାକାରମାନେ ଏତେ ନିଶା କରିଦିଅନ୍ତି ଯେ, ସୁଟିଂ କ୍ୟାନ୍ସଲ କରିବାକୁ ପଡେ। କାରଣ କଳାକାର ସୁଟ୍ କରିବା ଅବସ୍ଥାରେ ନଥାନ୍ତି। କେବେକେବେ ସେମାନେ ଠିଆ ହେବ ଅବସ୍ଥାରେ ବି ନଥାନ୍ତି। ଏଥିପାଇଁ ଆମକୁ ୪-୪ ଘଣ୍ଟା ଅପେକ୍ଷା ବି କରିବାକୁ ପଡେ।
ନାରାୟଣୀ ଶାସ୍ତ୍ରୀ କୋଇ ଅପନା ସାରୁ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ଏହା ପରେ ସେ କୁସୁମ, ପିୟା କା ଘର, କ୍ୟୁକି ସାସ୍ ଭି କଭି ବହୁ ଥି ଭଳି ହିଟ୍ ସୋରେ କାମ କରିଛନ୍ତି। ସେ ଡାନ୍ସ ରିଆଲିଟି ସୋ ନଚ ବଲିୟେରେ ଭାଗ ନେଇଥିଲେ। ଟିଭି ଇଣ୍ଡଷ୍ଟ୍ରିରେ ଡ୍ରଗ୍ସର ବ୍ୟବହାରକୁ ନେଇ ଖୁଲାସା କରିବା ପରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ଆହୁରି ପଢନ୍ତୁ- ୨୭୫କୋଟି ସହ ବିଜୟ ହେଲେ ନମ୍ବର ଓ୍ବାନ, ‘ଜନ ନାୟଗନ’ର ପୂରା କାଷ୍ଟଙ୍କ ଫିସ ଉଡ଼ାଇବ ହୋସ୍
ମହାପ୍ରଭୁଙ୍କ ଇଚ୍ଛାରେ ନବଗୁଞ୍ଜର ବେଶ! ଭକ୍ତ କହିଲେ ଅଲୌକିକ ମହିମା