ନୂଆଦିଲ୍ଲୀ, ୨୪/୦୬: ୨୦୨୮ ଆରମ୍ଭରୁ ଓମାନ ଲାଗୁ କରିବ ଆୟ କର ବ୍ୟବସ୍ଥା । ଏହା କରିବାରେ ଓମାନ ହେବ ପ୍ରଥମ  ଗଲ୍‌ଫ ଦେଶ। ବାର୍ଷିକ ୪୨,୦୦୦ ରିଆଲ୍‌ ବା ୧୦୯,୦୦୦ ଡଲାର  କିମ୍ବା ତଦ୍ଦୁଦ୍ଧ୍ୱର୍ ଆୟ ଉପରେ ହିଁ ନୂଆ ୫% ଟିକସ ଲାଗିବ । ଏହାଦ୍ୱାରା  ଶୀର୍ଷ ୧% ଆୟକାରୀ ପ୍ରଭାବିତ ହେବେ । ଦେଶର ଅର୍ଥନୀତି ମନ୍ତ୍ରୀ  ସାଏଦ୍‌ ବିନ୍‌ ମହମ୍ମଦ ଅଲ୍‌-ସାକ୍ରି କହିଛନ୍ତି ଯେ, ତୈଳ ରାଜସ୍ୱ  ଉପରେ ନିର୍ଭରତା କମାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ୬  ରାଷ୍ଟ୍ରଙ୍କୁ ନେଇ ଗଠିତ ଗଲ୍‌ଫ କୋପରେଶନ୍‌ କାଉନ୍‌ସିଲ୍‌(ଜିସିସି) ର କୌଣସି ସଦସ୍ୟ ରାଷ୍ଟ୍ର ଆୟ କର ଲାଗୁ କରି ନ ଥିଲେ ।