ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଅକ୍ଟୋବର ୧୬ରେ ଜମ୍ମୁକାଶ୍ମୀରରେ ହେବ ନୂତନ ସରକାରର ଶପଥ ଗ୍ରହଣ ଉତ୍ସବ, ସମୟ ସ୍ଥିର କଲେ ଏଲଜି ମନୋଜ ସିହ୍ନା…

Published By : Ladu Kishor | October 14, 2024 10:07 PM

ନୂଆଦିଲ୍ଲୀ: ଅକ୍ଟୋବର ୧୬ ରେ ଜାମ୍ମୁ କାଶ୍ମୀରର ନୂତନ ସରକାର ଶପଥ ଗ୍ରହଣ କରିବେ। ଏନସି ନେତା ଓମାର ଅବଦୁଲ୍ଲା ସିଏମ ଭାବେ ଶପଥ ଗ୍ରହଣ କରିବେ। ଅକ୍ଟୋବର ୧୬ ସକାଳ ୧୧.୩୦ରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏହି ଉତ୍ସବ ପାଇଁ ସମୟ ସ୍ଥିର କରିଛନ୍ତି । ଲେଫ୍ଟନାଣ୍ଟ ଗଭର୍ଣ୍ଣର ଓମାରଙ୍କୁ ଦେଇଥିବା ଚିଠିରେ ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି । ତେବେ ଏହା ପୂର୍ବରୁ କଂଗ୍ରେସ, AAP ଏବଂ ସ୍ବାଧୀନ ବିଧାୟକ ମାନେ ଏନସିକୁ ସମର୍ଥନ ଜଣାଇ ସାରିଛନ୍ତି।

ସୂଚନାଯୋଗ୍ୟ ଯେ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ ଏନସି-କଂଗ୍ରେସ ମିଳିତ ମଞ୍ଚ ଜିତିଛି । ଏନସି ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ମିଳିତ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ ରବିବାର ଜାମ୍ମୁ କାଶ୍ମୀରରୁ ରାଷ୍ଟ୍ରପତିଙ୍କ ଶାସନକୁ ହଟାଇ କେନ୍ଦ୍ର ଶାସିତ ଅଞ୍ଚଳରେ ଏକ ନୂତନ ସରକାର ଗଠନ ପାଇଁ ବାଟ ଫିଟିଛି।

ଓମାର ଅବଦୁଲ୍ଲା ନିଜେ 'ଏକ୍ସ' ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ତାଙ୍କୁ ସରକାର ଗଠନ ପାଇଁ ଏଲଜି କାର୍ଯ୍ୟାଳୟ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ଓମାର ଲେଖିଛନ୍ତି, ମୁଖ୍ୟ ଶାସନ ସଚିବଙ୍କ ଠାରୁ ଏଲଜି ମନୋଜ ସିହ୍ନା ଜିଙ୍କୁ ଚିଠି ପାଇ ଖୁସି । ଜାମ୍ମୁ କାଶ୍ମୀରରେ ପରବର୍ତ୍ତୀ ସରକାର ଗଠନ ପାଇଁ ସେ ମୋତେ ଏକ ଚିଠି ଦେଇଛନ୍ତି ।

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.