ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୩୬ ବର୍ଷରେ ପରିଣୀତି ଚୋପ୍ରା, ଛୁଟୁଛି ଶୁଭେଚ୍ଛାର ସୁଅ

Published By : Anindita Ratha | October 22, 2024 9:02 AM

ମୁମ୍ବାଇ,୨୨/୧୦: ଚମକିଲା,ଇଶକଜାଦେ ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜି ବଲିଉଡ ଇଣ୍ଡଷ୍ଟ୍ରିର ଏକ ପ୍ରସିଦ୍ଧ ଚେହେରା । ସେ ଆଜିର ଦିନରେ ତାଙ୍କର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ପରିଣୀତିଙ୍କୁ ପରିବାର ସଦସ୍ୟଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି  ଓ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପରିଣୀତି ଚୋପ୍ରାଙ୍କ ଦୁଇ ଭାଇ ଶିବାଙ୍ଗ ଚୋପ୍ରା,ସହଜ ଚୋପ୍ରା ଏବଂ ତାଙ୍କ ସମ୍ପର୍କୀୟ ଭଉଣୀ ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ତାଙ୍କୁ ଖାସ୍ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । 

ତେବେ ଅଭିନେତ୍ରୀ ୧୯୮୮ ମସିହାର ଆଜିର ଦିନରେ ହରିୟାଣାର ଅମ୍ବାଲା ସହରରେ ଜନ୍ମଗ୍ରହଣ କରିଥିଲେ। ସେ ମଞ୍ଚେଷ୍ଟର ବିଜନେସ୍ ସ୍କୁଲରୁ ଅର୍ଥନୀତିରେ  ଡିଗ୍ରୀ ହାସଲ କରିଛନ୍ତି। ଏହା ପରେ ସେ ଲଣ୍ଡନ ଯାଇ ସେଠାରେ ଏକ ନିବେଶ ବ୍ୟାଙ୍କର ଭାବରେ କାର୍ଯ୍ୟ କରିଥିଲେ ।  କିନ୍ତୁ କୌଣସି କାରଣରୁ ପରିଣୀତି ୨୦୦୯୯ମସିହାରେ ଚାକିରି ହରାଇ ଭାରତ ଫେରି ଆସିଥିଲେ। ଭାରତ ଫେରିବା ପରେ ସେ ଅଭିନେତ୍ରୀ ହେବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେ ୨୦୧୧ରେ ରୋମାଣ୍ଟିକ୍ କମେଡି 'ଲେଡିଜ୍ ଭର୍ସେସ ରିକି ବାହଲ୍' ସହିତ ଅଭିନୟ ଆରମ୍ଭ କରିଥିଲେ। ଯେଉଁଥିରେ ସେ ରଣଭୀର ସିଂ ଏବଂ ଅନୁଷ୍କା ଶର୍ମାଙ୍କ ସହ ଏକ ସହାୟକ ଭୂମିକା ଗ୍ରହଣ କରିଥିଲେ। ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ମହିଳା ଡେବ୍ୟୁ ପାଇଁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ । ଏହା ପରେ ତାଙ୍କୁ ୨୦୧୨ ଚଳଚ୍ଚିତ୍ର 'ଇଶାକଜାଦେ'ରେ ଦେଖିବାକୁ ମିଳିଥିଲା।  ଏହି ଚଳଚ୍ଚିତ୍ରରୁ ତାଙ୍କୁ ବହୁତ ଲୋକପ୍ରିୟତା ମଧ୍ୟ ମିଳିଥିଲା । ଏହି ଚଳଚ୍ଚିତ୍ରରେ ସେ ଅର୍ଜୁନ କପୁରଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଇଶକଜାଦେ ପରେ ଏହି ଅଭିନେତ୍ରୀଙ୍କୁ ଶୁଦ୍ଧ ଦେଶୀ ରୋମାନ୍ସ,ହସି ତୋ ଫସି, ଗୋଲମାଲ୍ ଏଗେନ ଏବଂ କେସରୀ ଭଳି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ଅଭିନୟ ବ୍ୟତୀତ ପରିଣୀତି ଚୋପ୍ରା ବଲିଉଡ ଚଳଚ୍ଚିତ୍ରରେ 'ମାନା କେ ହମ ୟାର ନାହି' ଏବଂ 'ତେରୀ ମିଟି' ଭଳି ଗୀତ ଗାଇଛନ୍ତି।

ତେବେ ପରିଣୀତି ଚୋପ୍ରା ଆପ୍ ନେତା ରାଘବ ଚଢାଙ୍କୁ ବିବାହ କରିଛନ୍ତି । ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ପରିଣୀତି ଏବଂ ରାଘବଙ୍କ ବିବାହ ଅନେକ ଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଥିଲା । ପରେ ମେ ୧୩ରେ ନିର୍ବନ୍ଧ କରିଥିଲେ ଏବଂ ସେପ୍ଟୋମ୍ବର ୨୪ରେ ଉଭୟ ସାଥ ଜନ୍ମର ସାଥୀ ହୋଇଥିଲେ । ଉହୟପୁରର ଲୀଲା ପ୍ୟାଲେସରେ ରାଜକୀୟ ଶୈଳୀରେ ପରିଣୀତି ଏବଂ ରାଘବ ବିବାହ କରିଥିଲେ । ପରିବାର, ସମ୍ପର୍କୀୟ ଏବଂ ସାଙ୍ଗସାଥୀଙ୍କ ଉପସ୍ଥିତିରେ ଧୁମଧାମରେ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏବଂ ନେତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ଏଥିରେ ଯୋଗ ଦେଇଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.