ଚନ୍ଦାହାଣ୍ଡି-୧୬/୧୧(ଆପ୍ର ), ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦଣ୍ଡାମୁଣ୍ଡା ପଲ୍ଲିଶ୍ରୀ ଯୁବକ ସଂଘ ଆନୁକୂଲ୍ୟରେ ୩୯ତମ ଶ୍ରୀ କାର୍ତ୍ତିକେୟ ପୂଜା ଅନୁଷ୍ଠିତ ହୋଇଯାଇଛି | ବୁଧବାର ସନ୍ଧ୍ୟାରେ ଗ୍ରାମର ଶତାଧିକ ମହିଳା ତଥା ଗ୍ରାମବାସୀ ନିକଟସ୍ଥ ନଦୀରୁ ପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପ ଠାରେ କାର୍ତ୍ତିକେୟଙ୍କ ମୂର୍ତ୍ତି ସ୍ଥାପନ ସହ ଯଥା ରୀତିନୀତି ଅନୁସାରେ ପୂଜା ଆରମ୍ଭ ହୋଇଥିଲା | ପୂଜା ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିବା ବେଳେ ଶୁକ୍ରବାର ରାତିରେ ପଲ୍ଲିଶ୍ରୀ ଯୁବକ ସଂଘ ପକ୍ଷରୁ ଧୋଡ଼ିପାଣି ପଞ୍ଚାୟତର ପ୍ରଥମରୁ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ବ୍ୟକ୍ତି ବିଶେଷ ମାନଙ୍କୁ 'ପଲ୍ଲିଶ୍ରୀ ସମ୍ନାନ" ରୂପେ ଔପଢ଼ୋକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା।
ସାମ୍ନାନିତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ସ୍ୱର୍ଗତ ଭାଗିରଥି ମାଝୀ, ସ୍ବର୍ଗତ ବୈରାଗୀ ମାଝୀ, ସ୍ବର୍ଗତ ରମ୍ଭାକୀର୍ତନ ମାଝୀ,ସ୍ବର୍ଗୀୟା ସଜବତୀ ମାଝୀ, ସ୍ବର୍ଗୀୟା ହିରନ୍ଦ୍ରୀ ମାଝୀ, ସ୍ବର୍ଗତ ଲୁଦ୍ରଧର ଭୋଇ,ସ୍ବର୍ଗତ ଯଦୁ ମାଝୀ, ସ୍ବର୍ଗତ ମହେନ୍ଦ୍ର ନାଗେଶ,ରମେଶ ଚନ୍ଦ୍ର ମାଝୀ, ଲକ୍ଷ୍ମଣ ମାଝୀ,ନରେନ୍ଦ୍ର ମାଝୀ,ନୀଳମଣି ଗୌଡ଼, ତୀର୍ଥ ଗହୀର,ଦୁଲ୍ଲବ ପୂଜାରୀ, ମଞ୍ଜୁଲତା ନାୟକ, ପ୍ରମିଳା ପୂଜାରୀ, ଭାନୁମତୀ ମାଝୀ ପ୍ରମୁଖ ରହିଥିଲେ। ପଲ୍ଲିଶ୍ରୀ ଯୁବକ ସଂଘ ତରଫରୁ ପୂର୍ବ ବର୍ଷ ମାନଙ୍କରୁ ସମାଜରେ ବିଭିନ୍ନ କ୍ଷେତ୍ରରେ ସଫଳ ବ୍ୟକ୍ତିତ୍ୱ ମାନଙ୍କୁ ଏହି ପଲ୍ଲିଶ୍ରୀ ସମ୍ନାନ ପ୍ରଦାନ କରାଯାଇ ଆସୁଅଛି।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ବିଧାୟକ ତଥା ପଲ୍ଲିଶ୍ରୀ ଯୁବକ ସଙ୍ଘ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ଼, ଯୁବନେତା ପ୍ରଶାନ୍ତ ପାରି, ସମାଜସେବୀ ଯୁଗେଶ୍ୱର ନାଗ, ପ୍ରଦୀପ ଦାସ,ଶ୍ୟାମ ସୁନ୍ଦର ସୁନାନୀ, ନିଳେନ୍ଦ୍ରୀ ଗୌଡ଼ ପ୍ରମୁଖ ଯୋଗଦେଇଥିଲେ। ଶ୍ରୀ କାର୍ତ୍ତିକେୟଙ୍କ ପୂଜାରେ ପୂଜକ ଭାବେ ସୁରେନ୍ଦ୍ର ଦାସ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଭକ୍ତ ଚରଣ ମାଝୀ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ। ନଳିନୀ ମାଝୀ,ସଂଗ୍ରାମ କେଶରୀ ସାହୁ, ବଳରାମ ପଟ୍ଟନାୟକ, ସିମାଞ୍ଚଳ ଗଣ୍ଡା ,ପ୍ରତାପ ଗୌଡ଼, ଧବଳେଶ୍ୱର ପଟ୍ଟନାୟକ,ସୁରେଶ ମାହାନ୍ତି, ହରନାଥ ପୂଜାରୀ, ଶରତ ଚନ୍ଦ୍ର ମାଝୀ, ରତ୍ନାକର ପୋଟା, ତୋଫାନ, ବବଲୁ, ରଞ୍ଜନ, ଲିପୁନ, ସ୍ମିତ, ସୂର୍ଯ୍ୟ ପ୍ରମୁଖ ତଥା ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।