ଖୋର୍ଦ୍ଧା,୨୬।୪ : ଚାକିରି କରେଇଦେବା ର ବିଶ୍ୱାସ ଜନ୍ମାଇ ୧୫ଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଘଟଣା ଘଟିଛି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ମୁକୁନ୍ଦ ପ୍ରସାଦ ଗ୍ରାମରେ। ଗିରଫ  ଯୁବକ ଜଣକ ହେଲେ ଓସ୍ତପଡା ଗ୍ରାମର ସୁକାନ୍ତ ପାଇକରାୟ ।

ମୁକୁନ୍ଦ ପ୍ରସାଦ ଗ୍ରାମର ଅମିତ୍ କୁମାର ପଣ୍ଡା ବାପାଙ୍କ ମୃତ୍ୟୁ ପରେ ଚାକିରୀ ଖୋଜୁଥିଲେ।  ବିନା ଆବେଦନ ଏବଂ ବିନା ପରୀକ୍ଷାରେ ରେଳ ବିଭାଗରେ ଚାକିରି କରାଇ ଦେବେ କହି ଓସ୍ତପଡା ଗ୍ରାମର ସୁକାନ୍ତ ପାଇକରାୟ ଅମିତ୍ ସହ ବିଶ୍ୱାସ ଜନ୍ମାଇ ଥିଲେ। ବିଭିନ୍ନ ସମୟରେ ଫୋନ ପେ ମାଧ୍ୟମରେ ୧୫ଲକ୍ଷ ଟଙ୍କା ସୁକାନ୍ତ ଅମିତ୍ଙ୍କ ଠାରୁ ନେଇଥିଲେ। ଅମିତ୍ ଯେତେବେଳେ ଜାଣିଲେ ଯେ ସେ ଠକାମୀ ର ଶିକାର ହୋଇଛନ୍ତି ସେ   ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସୁକାନ୍ତଙ୍କୁ ଗିରଫ କରି ତାଙ୍କ ଠାରୁ ବ୍ୟାଙ୍କ୍ ଏଟିମ୍ କାର୍ଡ, ମୋବାଇଲ , ନଗଦ ୨୨ହଜାର ଟଙ୍କା ଜବତ କରି ଘଟଣାର ତଦନ୍ତ କରୁଛି।