କେନ୍ଦୁଝର,୧୬।୧୧ : ବାଂଶପାଳ ବ୍ଲକ ସଦର ଥାନା ଅଧୀନ ଏକ ଗାଁରେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଅଭିଯୁକ୍ତ ପାଉଁରୁଟି ବିକାଳୀ ପୁଲିସ କାଶୀପୁରରୁ ଗିରଫ କରିଛି। ଗୁରୁତର ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଶନିବାର ନାବାଳିକାଙ୍କ ଦୋକାନକୁ ଅଭିଯୁକ୍ତ ପାଉଁରୁଟି ଦେବାକୁ ଆସିଥିଲା। ଘରେ କେହି ନଥିବା ସୁଯୋଗ ପାଇ ନାବାଳିକାକୁ ଦୁଷ୍କର୍ମ କରିଥିଲା। ପରିବାର ଲୋକେ ଘରକୁ ଆସିବା ପରେ ନାବାଳିକା ଜଣଙ୍କ କାନ୍ଦୁଥିବା ଦେଖି ପଚାରିବା ପରେ ଘଟଣା ଜଣାପଡିଥିଲା। ପରେ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ଅଭିଯୁକ୍ତ ଜଣଙ୍କ ରହୁଥିବା କେନ୍ଦୁଝର ସହରରୁ କାଶିପୁର ଫେରାର ହୋଇଯାଇଥିଲା। ସଂପୃକ୍ତ ଅଭିଯୁକ୍ତକୁ କାଶୀପୁରରୁ ପୋଲିସ ଗିରଫ କରିଥିଲା ।