କୋଣାର୍କ, ୧୪।୪ : ବାଇକକୁ ଧକ୍କା ଦେଲା ଟ୍ୟାଙ୍କର। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି। ନିମାପଡା ଗୋଲେଇ ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ମୃତକ ଜଣକ ସର୍ବପଡା ଅଞ୍ଚଳର କାଳନ୍ଦୀ ପ୍ରଧାନ । ସେହିପରି ଗୁରୁତର ହୋଇଥିବା ବ୍ୟକ୍ତି ହେଲେ ନିମାପଡା ଅଞ୍ଚଳର କୃଷ୍ଣ ଚନ୍ଦ୍ର ବେହେରା
ଉଭୟେ ବାଇକ ଯୋଗେ ନିମାପଡାକୁ ଆସୁଥିବା ବେଳେ ସମ୍ମୁଖରୁ ଆସୁଥିବା ଓମ୍ଫେଡ ଟ୍ୟାଙ୍କର ସହିତ ସିଧାସଳଖ ଧକ୍କା ହୋଇଥିଲା।ଘଟଣା ସ୍ଥଳରେ ନିମାପଡା ପୋଲିସ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ଏହା ସହିତ ଗୁରୁତର ହୋଇଥିବା କୃଷ୍ଣ ଚନ୍ଦ୍ର ପ୍ରଧାନ ଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର କୁ ସ୍ଥାନାନ୍ତରିତ କରିବା ସହିତ ମୃତକଙ୍କ ଶବ ବ୍ୟବଛେଦ ପାଇଁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଙ୍କୁ ପଠାଇଛି।