ଆସ୍କା, ୧୪।୧୨  ଗଞ୍ଜାମ ଜିଲ୍ଲା ଆସିକା ଥାନା ଦେବଭୂମି   ଠାରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇ  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୨ ଜଣ ଗୁରୁତର ହୋଇଛନ୍ତି l  ମୃତକ ଜଣକ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ ଭିକାରୀ ପଲ୍ଲୀ ପଞ୍ଚାୟତ ଲଣ୍ଡା ବାଉଁଶ ଗ୍ରାମର କାହ୍ନା ମହାପାତ୍ର (୨୦) l ଦୁଇ ଗୁରୁତର ଯୁବକ ହେଲେ ସିଦ୍ଧାନ୍ତ ପଢ଼ିଆରି ଓ ଆସିକା ମାମୁଁଢିଅ ଗ୍ରାମର ପବିତ୍ର ନାୟକ l 

ବାଇକ ଯୋଗେ କାହ୍ନା ମହାପାତ୍ର ଓ ସିଦ୍ଧାନ୍ତ ପଢ଼ିଆରି ଭଞ୍ଜନଗକୁ ଯାଇ ଆସିକା ଫେରୁଥିବା ବେଳେ ବିପରୀତ ଦିଗରୁ ଏକ ବାଇକ ମାଧ୍ୟମରେ ମାମୁଁଢିଅ ଗ୍ରାମର ପବିତ୍ର ନାୟକ   ନିଜ ଗ୍ରାମକୁ ଫେରୁଥିଲେ।  ଦେବଭୂମି ଛକ ଠାରେ ଦୁଇ ମୋଟର ସାଇକେଲ   ମୁହାଁମୁହିଁ ଧକ୍କା ହୋଇଥିଲା l ଫଳରେ ଘଟଣା ସ୍ଥଳରେ ସେମାନେ ଗୁରୁତର ହୋଇଥିବା ପଡ଼ି ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ଆସିକା   ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ତେବେ ଡ଼ାକ୍ତର ସେଠାରେ ଗୁରୁତର କାହ୍ନା ମହାପାତ୍ରକୁ ମୃତ ଘୋଷଣା କରିଥିଲେ l ଅନ୍ୟ ଦୁଇ ଗୁରୁତରଙ୍କ ମଧ୍ୟରୁ ସିଦ୍ଧାନ୍ତ ପଢ଼ିଆରୀ ଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଅପର ପକ୍ଷରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତକଙ୍କ ପରିବାରକୁ ଖବର ଦେବା ସହ ଏକ ମାମଲା ରୁଜୁ କରି ଘଟଣାରର ତଦନ୍ତ କରୁଛି l