ମୁନିଗୁଡା, ୨୭।୧୧ : ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ କରଡାବନ୍ଧ ଘାଟିତଳେ  ଟ୍ରାକ୍ଟରେ ଚାପି ହୋଇ ଜଣଙ୍କ ମୃତ୍ୟୃ ଘଟିଛି । ମୃତକ ଜଣକ ତଳ ଛେଳିଆନାଳ ଗାଁ ର ବଳଭଦ୍ର ନୁଣ୍ଡ୍ରୁକା । ଘଟଣା ପରେ କ୍ଷତିପୁରଣ ଦାବିରେ ସ୍ଥାନୀୟ ଲୋକେ   ରାସ୍ତା ଅବରୋଧ କରିଛନ୍ତି । ମୁନିଗୁଡା- ଭବାନୀପାଟଣା ମୁଖ୍ୟ ରାସ୍ତାରେ ଯାତାୟତ ଠପ୍ ହୋଇଛି । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।