ଜହ୍ନlପଙ୍କ, ୬/୬: ଶୁକ୍ରବାର ରାତି ୮ ଘଣ୍ଟା ସମୟରେ ବୌଦ୍ଧ ବ୍ଲକ ବାଉଁଶୁଣୀ ଥାନା ତାଳସରଡା ଗ୍ରାମ ପଞ୍ଚାୟତର କଙ୍କଲା ଗ୍ରାମରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟ ଦୁଇ ମହିଳା ଗୁରୁତର ଆହତ ହୋଇଛନ୍ତି |
ମିଳିଥିବା ସୂଚନା ଅନୁଯାୟୀ ନିଜ ନିଜ ବିଲରେ କାମ କରି କଙ୍କଲା ଗ୍ରାମର ପିଙ୍କି ମହାକୁଡ, ବିଲ ଗୁରୁ ଓ ଲିପସା ବସ୍ତିୟା ଗ୍ରାମ ନିକଟ ମହାନଦୀକୁ ଗାଧୋଇବା ପାଇଁ ଯାଇଥିଲେ l ନଦୀରେ ଗାଧୋଇ ଘରକୁ ଫେରୁଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା ଓ ତିନି ଜଣ ବଜ୍ରାଘାତରେ ଗୁରୁତର ଆହତ ହୋଇଥିଲେ |
ପରିବାର ଲୋକେ ଏ ବିଷୟରେ ଖବର ପାଇ ତାଙ୍କୁ ଉଦ୍ଧାର କରି ଦୁଇଟି ୧୦୮ ଆମ୍ବୁଲାନ୍ସ୍ ଯୋଗେ ବୌଦ୍ଧ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ | ଡାକ୍ତର ପରୀକ୍ଷା କରି ପିଙ୍କି ମହାକୁଡଙ୍କୁ ମୃତ ଘୋଷଣା କରିଥିଲେ ଓ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସlଧୀନ ଅଛନ୍ତି |