ପ୍ରମୂଖ ଖବର
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଚିକିତ୍ସା ପାଇଁ ମେଡିକାଲ ଯାଉଥିବା ବେଳେ ଗଛରେ ପିଟି ହେଲା ବାଇକ , ଚାଲିଗଲା ଯୁବକଙ୍କ ଜୀବନ

Published By : Suraj Kumar | March 9, 2025 6:13 PM

ଫିରିଙ୍ଗିଆ,୯।୩:  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ପାହିରେଜୁ ପଞ୍ଚାୟତ ଗବରନଳା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଚିକିତ୍ସା ପାଇଁ ମେଡିକାଲ ଯାଉଥିବା ବେଳେ ଗଛରେ ବାଇକ ପିଟି ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ପାହିରେଜୁ ପଂଚାୟତ ଅଧୀନରେ ଥିବା କୁସ୍ପାଜୁ ଗାଁ ର ଦୀପକ ବାଘ ।

ଦୀପକଙ୍କ  ଦେହ ଅସୁସ୍ଥ ଥିବାରୁ ଏକ ବାଇକ ରେ ବାଲନ୍ଦାପଡା ପ୍ରାଥମିକ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଯାଉଥିଲେ। ଏହି ସମୟରେ ଗବରନଳା ଗାଁ ନିକଟ ରାସ୍ତା କଡରେ ଥିବା ଏକ ଆମ୍ବଗଛରେ ବାଇକଟି ଭାରସାମ୍ୟ ହରାଇ ପିଟି ହୋଇଥିଲା I ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇ ରାସ୍ତାକଡ଼ରେ ପଡିରହିଥିଲେ I ସ୍ଥାନୀୟ ଲୋକେ ତୁରନ୍ତ ଏକ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ଜିଲ୍ଲା ମୁଖ୍ୟଚିକିତ୍ସଳୟକୁ ନେଇଥିଲେ I କିନ୍ତୁ ମେଡିକାଳରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ I ପରେ ଘଟଣା ସମ୍ପର୍କରେ ମୃତ ଯୁବକଙ୍କ ଭାଇ ଜଗନ୍ନାଥ ବାଘ ଗୋଛାପଡା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା।  ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.