ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

Published By : Harapriya Sethi | November 16, 2024 12:35 PM

ଯାଜପୁର,୧୬/୧୧: ରାସ୍ତାରେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଦୁଇଟି ବାଇକ୍‌କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ପରିଚୟ ମିଳି ନଥିବା ବେଳେ ଆହତ ଜଣକ ବରୀ ଅଞ୍ଚଳର ପ୍ରଫୁଲ୍ଲ କୁମାର ସାମଲ ବୋଲି ଜଣାପଡ଼ିଛି । ଯାଜପୁର ଜିଲ୍ଲା ସଦର ଥାନା ବୁଢାଘାଟ ଠାରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଦୁଇ ଜଣ ବ୍ୟକ୍ତି ଦୁଇଟି ବାଇକ୍‌ରେ ଯାତ୍ରା କରୁଥିଲେ । ଏହି ସମୟରେ ହଠାତ ଏକ ଅଜଣା ଗାଡ଼ି ଆସି ଉଭୟଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟ ଗୁରୁତର ହୋଇ ରାସ୍ତାରେ ପଡ଼ି ଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଯାଜପୁର ସଦର ପୋଲିସ ପହଞ୍ଚି ଥିଲା । ସେଠାରେ ପହଞ୍ଚି ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା । ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣକର ଚିକିତ୍ସା ଚାଲିଛି । ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ରହି ତଦନ୍ତ ଚଳାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.