ଭୁବନେଶ୍ବର, ୨୩।୨ : ପଳାସପଲ୍ଲି ଓଭରବ୍ରିଜରେ ଆମ ବସ ଦୁର୍ଘଟଣା । ଆମ ବସ ଧକ୍କା ଜଣେ ବ୍ୟକ୍ତି ଗୁରୁତର ହୋଇଛି। ଗୁରୁତର ବ୍ୟକ୍ତି ଜଣକ ହେଲେ କାର୍ଗିଲ ବସ୍ତିର ବାସିନ୍ଦା ରମେଶ ପାତ୍ର । ସେ ଜଣେ ବୁଟ ବ୍ୟବସାୟୀ। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ଉତ୍ତ୍ୟକ୍ତ ଲୋକମାନେ ବସ ଭଙ୍ଗାରୁଜା କରିବା ସହ ଡ୍ରାଇଭରଙ୍କୁ ପ୍ରବଳ ମାଡ଼ ମାରିଥିବା ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ଥିଲେ ମଧ୍ୟ ସ୍ଥିତିକୁ ଆୟତ୍ତ କରିପାରିନାହିଁ ।